କିଏ ସେହି ଅଙ୍କଲ ଓ କି ସମ୍ପର୍କ ଥିଲା ଦୁହିଁଙ୍କ ମଧ୍ୟରେ ? ଯାହା ବାଇକ୍ ପଛରେ ବସି ବୁଲୁଥିଲେ ଶୁଭଲକ୍ଷ୍ମୀ 

Who is mystery uncle in Subhalaxmi death case
କିଏ ସେହି ଅଙ୍କଲ ? ଯାହା ବାଇକ୍ ପଛରେ ବସି ବୁଲୁଥିଲେ ଶୁଭଲକ୍ଷ୍ମୀ, ପୋଲିସକୁ ମିଳିଛି ଏକ ବଡ଼ ସୁରାକ !

ଓଡ଼ିଆ ଗସିପ୍ ବ୍ୟୁରୋ: କଟକ ରୋଡ଼ ସ୍ଥିତ ଦିପାଳୀ ଲଜରୁ ଶୁଭଲକ୍ଷ୍ମୀ ସାହୁଙ୍କର ମୃତଦେହ ଉଦ୍ଧାର ହେବା ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ସେ ନିଶା ସେବନ କରିଥିଲେ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ପାରିପାର୍ଶ୍ବିକ ସ୍ଥିତି, ପୋଷ୍ଟମର୍ଟମ ରିପୋର୍ଟ, ସିସିଟିଭି , ସିଡିଆର ଓ ଫରେନସିକ୍ ରିପୋର୍ଟ ଆଧାରରେ ୧୫ ଜଣଙ୍କ ବୟାନ୍ ରେକର୍ଡ କରିଛି।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ସେପଟେ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଏହା ମଧ୍ୟରେ ପୋଲିସକୁ ମିଳିଛି ଏକ ବଡ଼ ସୁରାକ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲାରେ ଜଣେ ଅଙ୍କଲଙ୍କ ନାମ ସାମ୍ନାକୁ ଆସିଛି । 

ତେବେ କିଏ ସେହି ଅଙ୍କଲ? ସେହି ଅଙ୍କଲ ଶୁଭଲକ୍ଷ୍ମୀଙ୍କର ବହୁତ ଯତ୍ନ ନେବା ସହିତ ସେ ସବୁ ବାରକୁ ଶୁଭଲକ୍ଷ୍ମୀଙ୍କୁ ଡ୍ୟାନ୍ସ କରାଇବାକୁ ନେଇ ଯାଉଥିଲେ । ଦୁହିଁଙ୍କ ମଧ୍ୟରେ ଚାଲିଥିଲା ଡ୍ୟାନ୍ସ ବିଜିନେସ । ସେଥିପାଇଁ ଅଙ୍କଲ ଶୁଭଲକ୍ଷ୍ମୀଙ୍କୁ ମାସକୁ ୧୦ ହଜାର ଟଙ୍କା ଦେଉଥିବ ବେଳେ ନିଜେ ଲକ୍ଷ ଲକ୍ଷ ଟଙ୍କା ରଖୁଥିଲେ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ତେବେ ଶୁଭଲକ୍ଷ୍ମୀ ଏହି କଥା ଜାଣିବା ପରେ ଅଙ୍କଲଙ୍କଠାରୁ ଦୂରେଇ ଯାଇଥିଲେ । ଏହାପରେ ସେ ଅଙ୍କଲଙ୍କର କୌଣସି କଥା ଶୁଣିନଥିଲେ । ପରବର୍ତ୍ତୀ ସମୟରେ ଶୁଭଲକ୍ଷ୍ମୀ ନିଜେ ବିଜିନେସ ଆରମ୍ଭ କରିବା ସହ ଅନ୍ୟର ବିନା ସହାୟତାରେ ବାରରେ ଡ୍ୟାନ୍ସ କରୁଥିଲେ । ସେଥିରୁ ଶୁଭଲକ୍ଷ୍ମୀ ଦିନକୁ ୧୦ ହଜାର ଟଙ୍କା ଆୟ କରୁଥିବା ବେଳେ ଅଙ୍କଲଙ୍କର ବିଜିନେସ ଠପ୍ ହୋଇଯାଇଥିଲା । ତେଣୁ ଶୁଭଲକ୍ଷ୍ମୀଙ୍କୁ ଅଙ୍କଲ ସହ୍ୟ କରିପାରୁ ନଥିଲେ । 

ତେବେ ଅଙ୍କଲ କିଛି ଭିଡିଓକୁ ନେଇ ଶୁଭଲକ୍ଷ୍ମୀଙ୍କୁ ବ୍ଲାକମେଲ କରିବା ସହ ଧମକ ଦେଉଥିବା କୁହାଯାଉଛି । ସେଥିପାଇଁ ଶୁଭଲକ୍ଷ୍ମୀ ଏହି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଙ୍କଲଙ୍କ ସହ ଶୁଭଲକ୍ଷ୍ମୀଙ୍କ ସମ୍ପର୍କ ନେଇ ମଧ୍ୟ ତନାଘନା ଚଳାଇଛି ପୋଲିସ। ଏସବୁ ରହସ୍ୟ ଉପରୁ ପରଦା ଉଠାଇବାକୁ ତନାଘନା ଚଳାଇଛି କମିଶନରେଟ୍ ପୋଲିସ।  

Share this story