ସ୍ବେଚ୍ଛାକୃତ ଅବସର ନେଲେ ୫ଟି ସଚିବ ଭି.କେ. ପାଣ୍ଡିଆନ୍

VK Pandian takes VRS

ଓଡ଼ିଆ ଗସିପ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ୍ । 5T ସଚିବ ଭି. କେ. ପାଣ୍ଡିଆନ୍ ଙ୍କୁ VRS । ପାଣ୍ଡିଆନ୍ ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ।

ଏନେଇ ଆଜି GA ବିଭାଗ ACSଙ୍କୁ ଚିଠି ଲେଖିଲା କାର୍ମିକ ମନ୍ତ୍ରାଳୟ ।

GA ବିଭାଗ ACSଙ୍କୁ ଚିଠି ଲେଖିଲେ କାର୍ମିକ ମନ୍ତ୍ରାଳୟର ଅନୁସଚିବ । VRS ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନ ମଂଜୁର ହୋଇଥିବା ଜଣାଇଲେ ।

ସୂଚନା ମୁତାବକ, ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭିକେ ପାଣ୍ଡିଆନଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ମିଳିଛି । ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଆଜି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।

ଭି କେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ନେବା ନେଇ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୁପିନ୍ଦର ପାଲ ସିଂ ଏ ସଂକ୍ରାନ୍ତରେ ପତ୍ର ଲେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କୁ ଅବଗତ କରିଛନ୍ତି।

ଗତ ୨୦ ତାରିଖ ଦିନ ଭି କେ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହ କେନ୍ଦ୍ରର ଅନୁମୋଦନ ଲାଗି ପଠାଇଥିଲେ। ଏହାପରେ ଓଡ଼ିଶା କ୍ୟାଡରର ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ନେଇ କେନ୍ଦ୍ର ସରକାର ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଛନ୍ତି। ଶ୍ରୀ ପାଣ୍ଡିଆନ୍‌ଙ୍କ ପ୍ରସ୍ତାବ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଗୃହୀତ ହୋଇଥିବା କେନ୍ଦ୍ର କାର୍ମିକ ବିଭାଗ ଆଜି ଜଣାଇଛି।

Share this story