ଦେଖନ୍ତୁ ଭିଡ଼ିଓ : ପାଣ୍ଡିଆନ ସାରଙ୍କ ଗସ୍ତରେ ଯୁବଗୋଷ୍ଠୀଙ୍କ ଚଗଲାମୀ: ଚିଲ୍ଲେଇକି କହିଲେ ସାର୍ ମୋତେ ମାଣ୍ଡୁ (mandu) ଦରକାର

viral video of insane students asking for girl friend to 5t secretary

ଓଡ଼ିଆ ଗସିପ୍ ବ୍ୟୁରୋ: ନବୀନ ଓଡ଼ିଶାର ବିନ୍ଧାଣୀ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ଗାଁ ହେଉ କି ସହର ନଗର ହେଉ କି ମହାନଗର । ରାଜ୍ୟର ବିକାଶର ଚିନ୍ତା ଏବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ କ୍ଷେତ୍ର ପରିଦର୍ଶନ ସାଙ୍ଗକୁ ଡିସିସନ୍ ଅନ୍ ଦି ସ୍ପଟ କରୁଛନ୍ତି । ଖାସ୍ ଏଥିପାଇଁ ସେ ବିରୋଧୀଙ୍କ କଟୁ ସମାଲୋଚନାର ଶିକାର ମଧ୍ୟ ହେଉଛନ୍ତି ।

ତଥାପି ସେ ଏହାକୁ ଭୃକ୍ଷେପ ନ କରି ଆଗକୁ ବଢୁଛନ୍ତି ନବୀନ ଓଡ଼ିଶାର ବିନ୍ଧାଣୀ ସାଜିଛନ୍ତି । ଯିଏ ଯେତେ କହିଲେ ବି ପାଣ୍ଡିଆନଙ୍କୁ କୌଣସି ପ୍ରଭାବ ପଡେନି ଏକଥା ନିଜେ ବିରୋଧୀ ବି ଜାଣିଛନ୍ତି । ହେଲେ ଆଜି ଆମେ ପାଣ୍ଡିଆନଙ୍କୁ ନେଇ ଏମିତି ଏକ ଖବର ଦେଖାଇବୁ ଯାହା ଆପଣ କେବେ ତାଙ୍କ ଗସ୍ତ ବେଳେ ଦେଖିବାକୁ ପାଇନଥିଲେ । ଯାହା ଏବେ ସାରା ଓଡ଼ିଶାରେ ଚହଳ ପକାଇ ଦେଇଛି । ସମସ୍ତଙ୍କୁ ହସି ହସି ତ ବେଦମ କରାଉଛି କିନ୍ତୁ ଏଭଳି ଆଚରଣକୁ ସହଜରେ କେହି ଗ୍ରହଣ ମଧ୍ୟ କରିପାରୁନାହାନ୍ତି । କଣ ଜାଣନ୍ତୁ...

ସୋସିଆଲ ମିଡିଆରେ ଏବେ ନିଆଁ ଭଳି ଭାଇରାଲ ହେଉଛି ପାଣ୍ଡିଆନଙ୍କୁ ନେଇ ଏକ ସ୍ୱଳ୍ପ ଅବଧୀର ଭିଡିଓ । ଏହି ଭିଡ଼ିଓରେ ଦେଖାଯାଉଛି ଯେ, ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ଯେତେବେଳେ ସମ୍ବଲପୁର ଗସ୍ତ କରିଥିଲେ ସେତେବେଳେ ସେ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମଞ୍ଚକୁ ଚଢୁଥିଲେ । ବାସ୍ ସେହି ସମୟରେ ହିଁ ଘଟିଥିଲା କିଛି ଏଭଳି ଘଟଣା ଯାହା ସମସ୍ତଙ୍କୁ ହତବାକ କରିଦେଇଥିଲା ।

ଅଧିକ ପଢ଼ନ୍ତୁ: ବୈବାହିକ ଜୀବନକୁ ନଷ୍ଟ କରିଥାଏ ଏହି ରୋଗ: ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

ଯେଉଁମାନେ ସେହି ସ୍ଥାନରେ ଥିଲେ ସେମାନେ ସବୁ ନିଜକୁ ଅସହଜ ମନେ କଲେ । ଜଣେ ଆଇଏଏସ ଅଫିସର ସେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏମିତି ଆଚରଣ ପ୍ରଦର୍ଶନ ସତରେ କେହି ଏହାକୁ ଗ୍ରହଣ କରିବାକୁ ବି ରାଜି ନଥିଲେ । ଏମିତି ଏକ ଆଚରଣ ଓ ଉଚାରଣ ସତରେ ସମସ୍ତଙ୍କୁ ଅକଳରେ ପକାଇ ଦେଇଥିଲା ।

ଏମିତି କି ଖୋଦ୍ ପାଣ୍ଡିଆନ ମଧ୍ୟ କିଛି ପ୍ରତିକ୍ରିୟା ଦେବା ଭଳି ସ୍ଥିତିରେ ମଧ୍ୟ ନଥିଲେ । ସେ ଅଳ୍ପ ସ୍ମିତହାସ୍ୟ ଦେଇ ନିଜ କର୍ମ ସମ୍ପାଦନ ପାଇଁ ଆଗକୁ ଆଗକୁ ବଢୁଥିଲା । ତଥାପି ସେଠାରେ ଉପସ୍ଥିତ ରହି ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଥିବା ଯୁବଗୋଷ୍ଠୀ ଗୋଟିଏ ହିଁ କଥାକୁ ବାରମ୍ବାର ଦୋହରାଉଥିଲେ । ଆଉ ତାହା ଥିଲା, ସାର୍ ଆମକୁ ମାଣ୍ଡୁ (mandu) ଦରକାର...

ଅଧିକ ପଢ଼ନ୍ତୁ: ଦରମାରେ ହେବ ବମ୍ପର ବୃଦ୍ଧି; କର୍ମଚାରୀଙ୍କ ବଲ୍ଲେ ବଲ୍ଲେ, ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ ଆୟୋଗ!

ହଁ, ସାର୍ ଆମକୁ ମାଣ୍ଡୁ (mandu) ଦରକାର । ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନଙ୍କ ସଭାରେ ସାମିଲ ହୋଇ ଅଞ୍ଚଳର ବିକାଶ ପାଇଁ ଦାବି କଣ ରଖିବେ ବରଂ ନିଜ ପାଇଁ ଗୋଟେ ମାଣ୍ଡୁ ଦରକାର ବୋଲି ଦାବି ରଖିଲେ । ଆଉ ଏହାକୁ ନେଇ ସେଠାରେ କିଛି ସମୟ ମଧ୍ୟ ଚାପା ଗୁଞ୍ଜରଣ ଖେଳି ଯାଇଥିଲା ।

ଦେଖନ୍ତୁ ଭିଡ଼ିଓ:


ଆପଣ ବିଶ୍ୱାସ କରନ୍ତୁ ନା କରନ୍ତୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ, ଯିଏ ଦେଖୁଛି ସିଏ ନାକରେ ଆଙ୍ଗୁଠି ଦେଇ ହସୁଛି । ସାର୍ ମାଣ୍ଡୁ ଦରକାର ଡାଏଲଗ୍ ମଧ୍ୟ ଏବେ ସୋସିଆଲ ମିଡିଆରେ ପ୍ରଚାର ହେଉଛି । ତେବେ ଏଠି ପ୍ରଶ୍ନ ଓଡ଼ିଶାର ବିକାଶ ପାଇଁ ଯିଏ ରାତି ଦିନ ଏକ କରି କାମ କରୁଛି ତାକୁ ସତରେ କଣ ଏମିତି ବ୍ୟବହାର କରିବା ଠିକ୍ ହୋଇଛି ?

Share this story