ବିଜେବି କଲେଜରେ କମେଣ୍ଟମରାକୁ କେନ୍ଦ୍ର କରି ଛାତ୍ରଙ୍କୁ ଆକ୍ରମଣ, ୩ ଛାତ୍ର ଆହତ

violence seen in BJB college hostel

ଓଡ଼ିଆ ଗସିପ ବ୍ୟୁରୋ : ଅନେକ ଦିନର ବିରତି ପରେ ପୁଣି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ କଲେଜ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଯାଇଛି । କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି ।

ଏହି ଗଣ୍ଡଗୋଳରେ ୩ଜଣ ଛାତ୍ର ଆହତ ହୋଇଛନ୍ତି । ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ ପରେ ଦୁଇ ଗୋଷ୍ଠୀ ପକ୍ଷରୁ ବଡ଼ଗଡ଼ ଥାନାରେ ଏତଲା ହୋଇଛି ।

ଅଧିକ ପଢ଼ନ୍ତୁ : ଖୁସି ଖବର; ଖାତାକୁ ଫେରି ଆସିଲା ସାହାରା ଟଙ୍କା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଲେ ପଇସା ଟ୍ରାନ୍ସଫର

ଅଧିକ ପଢ଼ନ୍ତୁ : ନିଟ୍ ପିଜି ପ୍ରବେଶିକା ପରୀକ୍ଷାରେ ଓଡ଼ିଶା ଟପ୍ପର ମୟୂରଭଞ୍ଜ ଏହି ଝିଅ, ଜାଣନ୍ତୁ ସେ କିଏ ?

ଗଣ୍ଡଗୋଳ ଘଟଣାରେ ଜଣେ +୩ ଛାତ୍ର ଓ ଦୁଇ ଜଣ +୨ ଛାତ୍ର ଆହତ ହୋଇଛନ୍ତି । ଗୁରୁବାରର କମେଣ୍ଟମରା ଘଟଣାକୁ ନେଇ ପ୍ରିନ୍ସିପାଲଙ୍କୁ ଜଣାଇବାରୁ ମାଡ଼ ହୋଇଛି ।

ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ବାରମ୍ବାର ଆମ୍ବେଦକର ହଷ୍ଟେଲରେ ଗଣ୍ଡଗୋଳ ନେଇ ଆଭିଯୋଗ ଆସୁଛି । ଯିଏ ବି ସମ୍ପୃକ୍ତ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Share this story