ଏସପିଙ୍କୁ ଜଣେଇବା ସତ୍ୱେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଥାନା ଜାଳି ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ କଲେ ଅଧିକାରୀଙ୍କୁ 

Villagers Set Fire To Phiringia Police Station Alleging IIC’s Involvement In Ganja Smuggling In Kandhamal
ପୋଲିସ ପ୍ରତି ଆକ୍ରୋଶରୁ ଏମିତି କାଣ୍ଡ

ଓଡ଼ିଆ ଗସିପ୍ ବ୍ୟୁରୋ: ଏକ ଅପ୍ରତ୍ୟାଶିତ ଘଟଣାରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି, ଗଞ୍ଜା ଚୋରା କାରବାରରେ ପୋଲିସ ଷ୍ଟେସନର ସମ୍ପୃକ୍ତି ଥିବା ଅଭିଯୋଗ କରି କନ୍ଧମାଳର ଜିଲ୍ଲାର ଫିରିଙ୍ଗିଆ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ଖବର ଅନୁଯାୟୀ ପୋଲିସ କର୍ମଚାରୀମାନେ ମଧ୍ୟ କ୍ରୋଧିତ ସ୍ଥାନୀୟ ଲୋକଙ୍କୁ ମାଡ଼ ମାରିଥିବା ସୂଚନା ମିଳିଛି।

ପୋଲିସ ଉପରେ ଏକ ସଂଘାତିକ ଅଭିଯୋଗ ଆଣି ଏଭଳି କାଣ୍ଡ ଘଟାଇଛନ୍ତି ସ୍ଥାନୀୟ ଲୋକେ । ଗଞ୍ଜେଇ ଚାଲାଣରେ ଥାନା କର୍ମଚାରୀ ଲିପ୍ତ ଥିବା ଅଭିଯୋଗ କରି ଉତ୍ତେଜିତ ଲୋକମାନେ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ଥାନାର ଆଇଆଇସି ଏବଂ ତାଙ୍କର ୨ ସହଯୋଗୀଙ୍କ ବିରୋଧରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ ଲଗାଇ ଦେଇଛନ୍ତି । ଏସଡିପିଓଙ୍କୁ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ ଆକ୍ରମଣ କରିଛନ୍ତି। ଏସଡିପିଓଙ୍କୁ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପଥରମାଡ଼ ଓ ଥାନାରେ ଭଙ୍ଗାରୁଜା କରିବା ସହ ବନ୍ଧୁକ ଲୁଟିନେଇଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ସୂଚନା ଅନୁଯାୟୀ ଗତ ୩ ତାରିଖରେ ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରା ପଡ଼ିଥିଲା । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏ ମାମଲା ନେଇ କନ୍ଧମାଳ ଏସପିଙ୍କୁ ଫେରାଦ ହୋଇଥିଲେ ସ୍ଥାନୀୟ ଲୋକେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଉତ୍ୟକ୍ତ ଲୋକେ ରାସ୍ତାରୋକ କରି ଥାନାରେ ନିଆଁ ଲଗାଇ ଦେଇଛନ୍ତି ।

Share this story