ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜୋରଦାର ପ୍ରସ୍ତୁତି ବୈଠକ

Vice President of India to visit odisha on 23rd January 2026

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ଆସନ୍ତା ୨୩ ତାରିଖରେ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏଥିଲାଗି ସରକାରୀ ସ୍ଥରରେ ପ୍ରସ୍ତୁତି ଜୋରଦାର ଚାଲୁ ରହିଛି ।

ଗସ୍ତ କାର୍ଯ୍ୟକ୍ରମ ଯେପରି ଶୃଙ୍ଖଳିତ ଏବଂ ସୂଚାରୁରୂପେ ପରିଚାଳନା ହେବ, ସେନେଇ ଲୋକସେବା ଭବନରେ ଆଜି ବସିଥିଲା ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।

ଆସନ୍ତା ୨୩ ତାରିଖରେ ସକାଳ ୮ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଉପରାଷ୍ଟ୍ରପତି । ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଉପଲକ୍ଷେ କଟକକୁ ଯାଇ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିବେ । 

ଏହି ଅବସରରେ ଜିଲ୍ଲା ସଂସ୍କୃତି ଭବନ ମଧ୍ୟ ଉଦଘାଟନ କରିବେ ଉପରାଷ୍ଟ୍ରପତି । ସେଠାରୁ ରାଜ୍ୟପାଳଙ୍କ ଲୋକ ଭବନ ଆସି ମଧ୍ୟାହ୍ନ ଭୋଜନ କରିବେ । ପରେ ୨ଟା ୧୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଯିବେ ବୋଲି ସୂଚନା ମିଳିଛି ।

Share this story