ଭୁବନେଶ୍ୱର ଯିବା ପାଇଁ ଅପେକ୍ଷା କରିଥିବା ବେଳେ ମାଡ଼ିଗଲା ଦ୍ରୁତଗାମୀ କାର, ୨ ମୃତ, ଜଣେ ଗୁରୁତର
 

Two dead one injured as speeding car rams into them in Ganjam
ମାଡ଼ିଗଲା ଦ୍ରୁତଗାମୀ କାର, ୨ ମୃତ, ଜଣେ ଗୁରୁତର
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଳମ୍ବିତ ରାତିରେ ଦ୍ରୁତଗାମୀ କାର ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦିଗପହଣ୍ଡି ପାଟପୁର ଥାନା ପୋଡ଼ାମାରି ମୁଖ୍ୟ ରାସ୍ତାରେ ଘଟିଛି ଏହି ଘଟଣା। ରାତି ପ୍ରାୟ ୧୨ଟାରେ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଗାଡ଼ି ଧକ୍କା ଦେଇ ଚାଲିଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ଦୁଇ ମୃତକ ହେଲେ ସାନଖେମୁଣ୍ଡି ପାଟପୁର ଥାନା ପୋଡାମାରି ଗ୍ରାମର ସୀମାଞ୍ଚଳ ପ୍ରଧାନ ଓ ପି. ରାମଚନ୍ଦ୍ରପୁରର ନିରୁ ମହାନ୍ତି। ଗୁରୁତର ଜଣକ ହେଲେ ପାଟପୁର ଥାନା ପଦ୍ମପୁର ଅମୀର ନାୟକ । 

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

ରାସ୍ତାରେ ଛିଡ଼ା ହୋଇ ଏଦୁହେଁ ଭୁବନେଶ୍ୱର ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଦ୍ରୁତ ଗତିରେ ଗୋଟିଏ କାର ଆସି ମଡ଼ାଇ ଚାଲିଯାଇଥିବା ସୂଚନା ରହିଛି। ଦୁର୍ଘଟଣା ଘଟାଇଥିବା ଏକ ଟାଟା ସଫ।ରି କାର OD 07 AK 9974 ପାଟପୁର ପୁଲିସ ଅଟକ ରଖିଥିବା ଜଣାପଡିଛି।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!
 

Share this story