ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେଲର ସହ ଜଳିଗଲେ ଡ୍ରାଇଭର

Truck helper charred to death after accident

ଓଡ଼ିଆ ଗସିପ ବ୍ୟୁରୋ: ଯାଜପୁର ଧର୍ମଶାଳା ଥାନା ଭାଲୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଗାଡ଼ି ସହ ଡ୍ରାଇଭର ଜୀବନ୍ତ ଦଗ୍ଧ । ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିବା ପରେ ଜଳିଗଲା ଟ୍ରେଲର । ଗୁରୁତର ହେଲପର ବି ଆଖିବୁଜିଲେ...

ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲରେ ନିଆଁ ଲାଗି ଡ୍ରାଇଭର, ହେଲପରଙ୍କ ମୃତ୍ୟୁ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଏକ ଟ୍ରକ୍ ଛିଡାହୋଇଥିବା ବେଳେ ଏକ ଟ୍ରେଲର ପଛରୁ ଧକ୍କା ଦେଇଥିଲା । ଏଥିରେ ଟ୍ରେଲରର ସମ୍ମୁଖ ଭାଗ ନିଆଁ ଲାଗିଯାଇଥିଲା ।

ଗାଡି ଭିତରେ ଥିବା ଡ୍ରାଇଭରଙ୍କ ଜଳି ଯାଇ ମୃତ୍ୟୁ ହୋଇଛି । ଗୁରୁତର ଆହତ ହେଲପରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

Share this story