ଗଞ୍ଜାମରେ ଜାରି ହେଲା କଟକଣା, ରାତିରେ ଖୋଲିବନି ଦୋକାନ, ବଜାର! ହୋଟଲ, ଢାବା ଓ ଚା’ ଦୋକାନ ବନ୍ଦ
 

To curb violence Hotel and restaurant will close after 8.30pm in Ganjam
ରାତିରେ ହୋଟଲ, ଢାବା ଓ ଚା’ ଦୋକାନ ବନ୍ଦ

ଓଡ଼ିଆ ଗସିପ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା ରୋକିବାକୁ ପଦକ୍ଷେପ । ଜୁନ୍ ୪ ଯାଏଁ ରାତି ସାଢ଼େ ୮ଟା ପରେ ଖୋଲିବନି ଦୋକାନ, ବଜାର । ରାତି ସାଢ଼େ ୮ ପରେ ହୋଟେଲ୍, ଢାବା ଓ ଚା’ ଦୋକାନ ମଧ୍ୟ ବନ୍ଦ ରହିବ । ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି ଏକାଧିକ କଟକଣା । ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସ୍ଥିତ ପୋଲିସ ମୁଖ୍ୟାଳୟରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (ଏସ୍‌ପି) ଜଗମୋହନ ମୀନା ।

ଅଧିକ ପଢନ୍ତୁ : ଲିଭର ଫେଲ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହି ସବୁ ଲକ୍ଷଣ, ଜାଣନ୍ତୁ ଏବଂ ସାବଧାନ ହୋଇଯାଆନ୍ତୁ 

ଇତିମଧ୍ୟରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୋଲିସ ଓ ସିଆରପିିଏଫ ପକ୍ଷରୁ ମିଳିତ ଫ୍ଲାଗମାର୍ଚ୍ଚ କରାଯାଉଥିବା ବେଳେ ଗଞ୍ଜାମ ପୋଲିସ ଜିଲ୍ଲାର ସମସ୍ତ ଥାନାଧିକାରୀମାନେ ଏନେଇ ରାତ୍ର ସାଢ଼େ ୮ଟା ପରେ ନିଜ ଅଞ୍ଚଳରେ ରହିଥିବା ହୋଟଲ, ଢାବା, ଚା'ଦୋକାନ ବନ୍ଦ ରଖିବା ପାଇଁ ସେମାନଙ୍କ ଅଞ୍ଚଳର ସମ୍ପୃକ୍ତ ମାଲିକଙ୍କୁ ଅବଗତ କରାଇବାକୁ କୁହାଯାଇଛି ।

ଅଧିକ ପଢନ୍ତୁ : ଡାଇସେଟିସ୍ ରୋଗୀ ସାବଧାନ! ରାତିରେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ, ଅନକଣ୍ଚ୍ରୋଲ ହୋଇଯିବ ସୁଗାର ଲେବଲ

ମୁଖ୍ୟତଃ ଏଭଳି ସ୍ଥାନରେ ଦୁଇ ପାର୍ଟିର ବ୍ୟକ୍ତିବିଶେଷ ଏକତ୍ରିତ ହୋଇ ସାମାନ୍ୟ କଥାକୁ ନେଇ ଉଚ୍ଚବାଚ ହେବା ଏବଂ ପରବର୍ତ୍ତୀ ସମୟରେ ତାହା ଉଗ୍ରରୂପ ନେଉଥିବା ଯୋଗୁଁ ପୋଲିସ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପୂର୍ବରୁ ଏବଂ ପରେ ବିଭିନ୍ନ ଘଟଣା ଘଟିଥିବା ବେଳେ ନିର୍ବାଚନ ଫଳ ଘୋଷଣା ପରିପ୍ରେକ୍ଷୀରେ ହିଂସା ବୃଦ୍ଧି ହେବାର ଆଶଙ୍କା ରହିଉଥିବାରୁ ଏହାକୁ ରୋକିବା ଉଦ୍ଦେଶ୍ୟରେ ଗଞ୍ଜାମ ପୋଲିସର ବିଭିନ୍ନ ଥାନା ଅଞ୍ଚଳରେ ରାତ୍ର ସାଢେ ୮ଟା ପରେ ଦୋକାନ ବଜାର, ଢାବା, ହୋଟେଲ ଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପୋଲିସ ।

ଅଧିକ ପଢନ୍ତୁ : ଲିଭର ଫେଲ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହି ସବୁ ଲକ୍ଷଣ, ଜାଣନ୍ତୁ ଏବଂ ସାବଧାନ ହୋଇଯାଆନ୍ତୁ 
 

Share this story