ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର

Three students died due to drowning

ଓଡ଼ିଆ ଗସିପ ବ୍ୟୁରୋ: ଭଦ୍ରକରେ ବଡ଼ ଧରଣର ଅଘଟଣ ଘଟିଛି । ନାଳିଆ ନଦୀରେ ବୁଡ଼ିଯାଇ ୪ଜଣ ଛାତ୍ର ଗୁରୁତର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ଗାଧୋଇଲା ବେଳେ ସମସ୍ତ ଛାତ୍ର ବୁଡ଼ିଯାଇଥିବା ଜଣାପଡ଼ିଛି ।

ସୂଚନା ମିଳିଛି, ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ୪ ଛାତ୍ର ଗୋଟିଏ କଲେଜରେ ପଢୁଥିବା ସୂଚନା ମିଳିଛି । ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଲାଙ୍ଗୁଡ଼ି ଅଞ୍ଚଳରେ ଏହି ଅଘଟଣ ଘଟିଛି ।

ସୂଚନା ମୁତାବକ ୪ଜଣ ଛାତ୍ର ସାଙ୍ଗହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବିଧିର ବିଧାନ ଥିଲା ଅଲଗା । ଗାଧୋଇବା ବେଳେ ସମସ୍ତ ୪ ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଯାଇଥିଲେ । ଏନେଇ ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ ।

ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ପରେ ସେଠାରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ସଙ୍କଟାପନ୍ନ ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି ।

Share this story

World Odia Language Conferene