ବାଙ୍କୀ ଚର୍ଚ୍ଚିକାରୁ ଘଟଗାଁ ତାରିଣୀ ପୀଠ ମାନସିକ ପୂରଣ ଲାଗି ୨ ଶହ କିମି ପଦଯାତ୍ରା କଲେ ଏହି ବୟସ୍କ ବ୍ୟକ୍ତି...

This old man covers 200 kilometers to fulfill his wish

ଓଡ଼ିଆ ଗସିପ ବ୍ୟୁରୋ: ମାନସିକ ପୂରଣ ପାଇଁ ବାଙ୍କୀ ଚର୍ଚ୍ଚିକା ପୀଠରୁ ପାଦରେ ଚାଲିଚାଲି ଯାତ୍ରା ଆରମ୍ଭ କରିଛନ୍ତି । ଦୁଇ ଶହ କିଲୋମିଟର ରାସ୍ତା ଅତିକ୍ରମ ପରେ ଘଟଗାଁ ମା’ତାରିଣୀ ପୀଠରେ ପହଞ୍ଚି ମା’ଙ୍କୁ ନିଜର ଦୁଃଖ ଜଣାଇବେ ।

ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ମଧ୍ୟ ଜୈଷ୍ଠ ମାସର ଟାଇଁଟାଇଁ ଖରାକୁ ଖାତିର ନକରି ଖାଲି ପାଦରେ ଦୁଇଶହ କିଲୋମିଟର ପଥ ଅତିକ୍ରମ କରି ଚାଲିଛନ୍ତି ନୟାଗଡ଼ ଜିଲ୍ଲା ଗଣିଆଁ ବ୍ଲକ ଡଙ୍କାରି ସାହୀର ବାସିନ୍ଦା ଧନେଶ୍ୱର ନାୟକ (୬୨) ।

ଅଧିକ ପଢ଼ନ୍ତୁ : ମାନିଲା ବ୍ରିଟେନ୍‌: ଜୋରଜବରଦସ୍ତି ଭାରତ ରୁ ନେଇଥିଲା କୋହିନୂର ହୀରା, କ୍ଲିକ କରି ପଢନ୍ତୁ ପୁରା କାହାଣୀ...

ନିଜର ଦୃଢ ମନୋବଳ ଏବଂ ଇଛାଶକ୍ତି ମା’ ତାରିଣୀଙ୍କ ଉପରେ ଥିବା ପ୍ରଘାଢ ବିଶ୍ୱାସ ଯୋଗୁଁ ୭ ଦିନ ହେଲା ଅନବରତ ଚାଲିଛନ୍ତି । ହାତରେ ମା’ ତାରିଣୀଙ୍କ ଫଟୋ ସହିତ ବାଉଁଶ ଡାଲାରେ କିଛି ପୂଜା ସାମଗ୍ରୀ ଧରି ୨୦ ନମ୍ୱର ଜାତୀୟ ରାଜପଥ ଯାଜପୁର-କେନ୍ଦୁଝର ସୀମାନ୍ତ ଜରଦା ରାମଚନ୍ଦ୍ରପୁର ଏବଂ ସାଇଁକୁଳ ଦେଇ ଆନନ୍ଦପୁରରେ ପହଞ୍ଚିଛନ୍ତି । ଆଜି ମା’ଙ୍କ ପୀଠରେ ପହଞ୍ଚି ନିଜର ମାନସିକ ବ୍ରତ ସମାପନ କରିବେ ବୋଲି କହିଛନ୍ତି ।

Share this story