ପୁଲିସ୍‌ ଯାହାକୁ ଗିରଫ କରିଛି, ତାଙ୍କ ନାଁ ଏତଲାରେ ନଥିଲା: ସରପଞ୍ଚ ଚାମେଲୀ ଓଝା

The person who was arrested by the police was not named in FIR

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର, ୧୬/୦୬/୨୦୨୬): ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବବ୍ୟହାର ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଘଟଣାରେ ମହାକାଳପଡ଼ା ପୁଲିସ୍‌ ଯାହାକୁ ଗିରଫ କରିଛି, ତାଙ୍କ ନାମ ଏଫ୍‌ଆଇଆର୍‌ରେ ନଥିଲା ବୋଲି ଦାବି କରିଛନ୍ତି ଚାମେଲି ଓଝା ।

ପୁଲିସ ନିର୍ଦ୍ଦୋଷଙ୍କୁ ଛାଡ଼ି ଯେଉଁମାନେ ମୁଖ୍ୟ ଅଭିଯୁକ୍ତି ସେମାନଙ୍କୁ ଗରିଫ କରିବାକୁ ଚାମେଲି ଦାବି କରିଛନ୍ତି । ଏବେ ବି ଚାମେଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଚିକିତ୍ସିତ ହେଉଛନ୍ତି ।

ତାଙ୍କୁ ମେଡିକାଲ୍‌ରେ ଯାଇ ଭେଟିଛନ୍ତି ବିଜେପି ନେତ୍ରୀ ଅର୍ଚ୍ଚନା ନାୟକ । ଶୀଘ୍ର ଚାମେଲିଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।

ସେପଟେ ଚାମେଲି ଓ ତାଙ୍କର ଭାଇଙ୍କ ନିକଟରୁ ଜବତ ମୋବାଇଲ ଫୋନ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଛି ପୁଲିସ ।

Share this story