ମୋ ବସ୍ ଭଳି  ଆସୁଛି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା, ରାଜ୍ୟର ଏହି ୬ ଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍

The Odisha government is going to start rolling out lakshmi bus scheme
ମୋ ବସ୍ ଭଳି ରାଜ୍ୟର ୬ ଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ ଯୋଜନା

ଓଡ଼ିଆ ଗସିପ୍ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ଓ ମାଓ ଉପଦ୍ରୁତ ଅଞ୍ଚଳ ବାସୀଙ୍କ ପାଇଁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ଏକ ଖୁସି ଖବର, ମୋ ବସ୍ ଭଳି ଆସୁଛି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା । ରାଜ୍ୟର ୬ ଟି ଜିଲ୍ଲାରେ ଚାଲିବ ଲକ୍ଷ୍ମୀ ବସ୍। 

ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡାରେ ଚାଲିବ ଏହି ଲକ୍ଷ୍ମୀ ବସ୍ । ୩ଟି ଟାୟାରରେ ଚାଲିବ ଏହି ବସ୍ ।  ଗ୍ରାମ ବା ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ, ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟରୁ କଟକ,ଭୁବନେଶ୍ୱର, ପୁରୀକୁ ଚାଲିବ ଲକ୍ଷ୍ମୀ ବସ୍ ।

ଅଧିକ ପଢନ୍ତୁ :- ଏହି ଦୁଇ ରାଶି ଥିବା ବ୍ୟକ୍ତି ବିଶେଷ ହେବେ ସବୁଠାରୁ ଭାଗ୍ୟବାନ, ଅଗଷ୍ଟରେ ରହିଛି ଦୁଇ ଦୁଇଟି ରାଜଯୋଗ

ତେବେ ଘରୋଇ ବସ୍ ମାଲିକ ସଙ୍ଘ ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ରାଜ୍ୟର ଘରୋଇ ବସ୍ ଗୁଡିକୁ ସାମିଲ କରିବା ପାଇଁ ଦାବି କରାଯାଇଛି। ଏଥିରେ ଗ୍ରାମାଞ୍ଚଳରୁ ବ୍ଲକ ମୁଖ୍ୟାଳୟ ଓ ସହରାଞ୍ଚଳକୁ ବସ୍‌ ଯାତାୟତ କରିବା ଦ୍ୱାରା ଅରାଜକତା ସୃଷ୍ଟି ହେବ । ଏବେ ଏହି ରାସ୍ତାରେ ପର୍ଯ୍ୟାପ୍ତ ଘରୋଇ ବସ୍ ଚଳାଚଳ କରୁଛି । ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଲେ ଅସ୍ୱାସ୍ଥ୍ୟକର ପ୍ରତିଦ୍ୱନ୍ଦିତା ହୋଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ତେଣୁ ଗତ କିଛି ଦିନ ତଳେ ସଂଘ ନିଷ୍ପତ୍ତି ନେଇଥିଲା ଯେ ବସ୍‌ ମାଲିକମାନେ ସେମାନଙ୍କର ବସ୍‌ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଦେବ ।

ଅଧିକ ପଢନ୍ତୁ :- ଗୁରୁ ଚଣ୍ଡାଳ ଯୋଗ, ୩ ମାସ ପର୍ଯ୍ଯନ୍ତ ସମସ୍ଯାରେ ଘାଣ୍ଟି ହେବେ ଏହି ୫ ରାଶି, ସବୁ କାମରେ ହେବେ ବିଫଳ।

ସରକାର ଯେଉଁ ଢାଞ୍ଚାରେ ମୋ ବସ୍ ଚଳାଚଳ କରୁଛନ୍ତି ସେହି ପ୍ରଣାଳୀରେ ଘରୋଇ ବସ୍‌କୁ ଅଧିଗ୍ରହଣ କରି ଚଲାନ୍ତୁ । ନଚେତ୍ ଅଗଷ୍ଟ ୧୬ତାରିଖରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ କରାଯିବ ବୋଲି ଏକ ବୈଠକରେ ବସ୍‌ ମାଲିକ ସଂଘର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ରହି କହିଥିଲେ  ।

Share this story