ଭାରତ ମାତାଙ୍କ ପାଇଁ ସେଲିବ୍ରେସନ ପାଇଁ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ, ଘଟଣାସ୍ଥଳରେ...

Tension at BJB College in Bhubaneswar after two student groups clash over Tiranga Yatra
ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ, ଘଟଣାସ୍ଥଳରେ...

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ପରସ୍ପର ମଧ୍ୟରେ ମୁହାମୁହିଁ ହୋଇଛନ୍ତି । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି । 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଗେଟ୍ ବାହାରେ ତ୍ରିରଙ୍ଗା ଧରି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି । ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ କ୍ୟାମ୍ପସ୍ ଭିତରେ ରହିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପାଇଁ ପୋଲିସ ମୁତୟନ ରହିଛି । ଅନ୍ୟପଟେ କଲେଜ ଅଧକ୍ଷ କହିଛନ୍ତି କି, କଲେଜ ସମୟ ଭିତରେ ଛାତ୍ରଛାତ୍ରୀ ସେଲିବ୍ରେସନ ପାଇଁ ଆସିନାହାଁନ୍ତି। ତେଣୁ ଫାଟକ ବନ୍ଦ ରହିଛି।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ମାତ୍ର ସେପଟେ ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ସବୁଦିନ କଲେଜ ଗେଟ୍ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହୁଛି । ପିଲାମାନଙ୍କ ଜନ୍ମଦିନ ସେଲିବ୍ରେସନ ହେଉଛି । କିନ୍ତୁ ଭାରତ ମାତାଙ୍କ ପାଇଁ ସେଲିବ୍ରେସନ ପାଇଁ ଗେଟ୍ ବନ୍ଦ ରହୁଛି ବୋଲି ଅଭିଯୋଗ ଆଣିଛନ୍ତି ।

Share this story