ଅତିରିକ୍ତ ଗ୍ରୀଷ୍ମକାଳୀନ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ କୋଚ୍ ସଂଖ୍ୟାରେ ବୃଦ୍ଧି
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର, ୨୯ ମେ, ୨୦୨୬): ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ଆଗାମୀ ସପ୍ତାହରେ ବଢୁଥିବା ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଟ୍ରେନ ନମ୍ବର ୨୦୮୧୭ ଭୁବନେଶ୍ୱର–ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍ରେ ୩୦ ମେ ୨୦୨୬ ତାରିଖରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ବୃଦ୍ଧି କରାଯିବ ।
ସେହିପରି, ଟ୍ରେନ ନମ୍ବର ୨୦୮୧୮ ନୂଆଦିଲ୍ଲୀ–ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ୍ ୩୧ ମେ ୨୦୨୬ ତାରିଖରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସହିତ ଚାଲିବ ।
ଟ୍ରେନ ନମ୍ବର ୧୨୮୩୭ ହାଓଡ଼ା–ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ୍ରେ ୩୦ ମେ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ୍ କୋଚ୍ ବୃଦ୍ଧି କରାଯିବ ।
ଅଧିକ ନ୍ୟୁଜ ପଢ଼ନ୍ତୁ : ଭୂତ ଦେଖିବାକୁ ଯାଇଥିଲେ ଦର୍ଶକ, ମିଳିଲା କେବଳ କମେଡି! କାହିଁକି ହରର୍ ପ୍ରେମୀଙ୍କୁ ନିରାଶ କଲା ‘ମନ୍ତ୍ର ମୁଗ୍ଧ’?
ଟ୍ରେନ ନମ୍ବର ୧୮୦୩୯ ଶାଲିମାର–ପୁରୀ ଏକ୍ସପ୍ରେସ୍ ୩୧ ମେ ୨୦୨୬ ତାରିଖରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସହିତ ଚାଲିବ ।
ସେହିପରି, ଟ୍ରେନ ନମ୍ବର ୧୮୦୪୫ ଶାଲିମାର–ଚାର୍ଲାପଲ୍ଲୀ ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍ରେ ୩୦ ଓ ୩୧ ମେ ଏବଂ ୧, ୨, ୪ ଓ ୫ ଜୁନ୍ ୨୦୨୬ ରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ବୃଦ୍ଧି କରାଯିବ ।
ଏହାଛଡା, ଟ୍ରେନ ନମ୍ବର ୧୮୦୬୩ ସାନ୍ତ୍ରାଗାଛି–ୟେଲହଙ୍କା ଜଙ୍କସନ ଏସି ଏକ୍ସପ୍ରେସ୍ରେ ୪ ଜୁନ୍ ୨୦୨୬ ତାରିଖରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ବୃଦ୍ଧି କରାଯିବ ।
ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଫଳରେ ଗୁରୁତ୍ୱପୂର୍ଣ୍ଣ ରୁଟ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅଧିକ ବର୍ଥ ଉପଲବ୍ଧ ହେବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରା ଚାହିଦାକୁ ପୂରଣ କରିବାରେ ସହାୟକ ହେବ ।
.png)
