ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ କିଏ? ଓଡ଼ିଆ ଡ଼ିଜେ ‘ଡିଜେ ଆଜେକ୍ସ’ ମୃତ୍ୟୁ ପଛରେ ରହିଛି ଯୁବତୀଙ୍କ ଫଟୋ

suspense mounts over DJ AJEX death case

ଓଡ଼ିଆ ଗସିପ୍ ବ୍ୟୁରୋ: ସନ୍ଦେହଘେରରେ ଲୋକପ୍ରିୟ ଓଡ଼ିଆ ଡ଼ିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ । ଗତକାଲି ସନ୍ଧ୍ୟାରେ ଏହି ଲୋକପ୍ରିୟ ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଶେଷ ଥର ପାଇଁ ୬ଟା ୩୦ ସମୟରେ ଅକ୍ଷୟ କୁମାର ପରିବାର ଲୋକଙ୍କ ସହ କଥା ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବା ବେଳେ ଏହାର ପ୍ରକୃତ କାରଣ କଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏସବୁ ଭିତରେ ଡ଼ିଜେ ଅକ୍ଷୟ କୁମାରଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । ପରିବାର ଲୋକେ ଅକ୍ଷୟଙ୍କ ମୃତ୍ୟୁ ପଛରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏସବୁ ଭିତରେ ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ଫଟୋ ।

adimg

ଆହୁରି ପଢ଼ନ୍ତୁ : ଆସନ୍ତାକାଲି ଚୈତ୍ର ଅମାବାସ୍ୟାରେ ଖରାପ ଶକ୍ତିର ରହିଥାଏ ପ୍ରଭାବ, ଭୁଲରେ ମଧ୍ୟ କରନ୍ତୁ ଏହି ୫ଟି କାମ!

ସମ୍ପୃକ୍ତ ଯୁବତୀଙ୍କ ସହ ‘ଡିଜେ ଆଜେକ୍ସ’ ଅକ୍ଷୟ କୁମାର ନଜର ଆସିଛନ୍ତି । ଏକାଠି ଜନ୍ମ ଦିନ ପାଳନ କରାଯାଉଥିବା ଫଟୋରେ ଦେଖିବାକୁ ମିଳିଛି । ତେବେ ଏ ଯୁବତୀ ଜଣକ କିଏ ଓ ଅକ୍ଷୟଙ୍କ ସହ ତାଙ୍କ ସମ୍ପର୍କ କ’ଣ ତାହାକୁ ନେଇ ବଢ଼ିଛି ସନ୍ଦେହ ।

ସେହିପରି ମୋବାଇଲରେ ଯୁବତୀଙ୍କ ସହ ଚାଟ କରିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି । ପୋଲିସ ସମସ୍ତ ଦିଗରୁ ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଆଗକୁ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଜେରା କରିପାରେ ବୋଲି ଜଣାପଡିଛି ।

Share this story