ଆୟଠାରୁ ୩୩୮ ପ୍ରତିଶତ ଅଧିକ ସମ୍ପତ୍ତି ଜବତ ସହ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ ଗିରଫ

ଓଡ଼ିଆ ଗସିପ୍ ବ୍ୟୁରୋ: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ । ଭିଜିଲାନ୍ସ ରେଡ଼୍ ବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରୁ କୋଠା ସାଙ୍ଗକୁ ବିଳାସପୂର୍ଣ୍ଣ ଫ୍ଲାଟ୍, ପ୍ରମୁଖ ସ୍ଥାନରେ ପ୍ଲଟ୍, ବ୍ୟାଙ୍କ ଆକାଉଣ୍ଟ୍ରେ ବି ପୁଳାପୁଳା ଟଙ୍କା, ବିପୁଳ ସୁନାଗହଣା ଜବତ ହୋଇଛି ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ୬ଟି ଟିମ୍ ରାଜଧାନୀର ସରକାରୀ କାର୍ଯ୍ୟାଳୟ ସମେତ ଭଦ୍ରକ ସ୍ଥିତ ପୈତୃକ ଘର ଆଦି ୬ଟି ସ୍ଥାନରେ ଚଢ଼ଉ କରି ବିପୁଳ ସଂପତ୍ତି ଠାବ କରିଥିଲା । ଏହି ରେଡ୍ରେ ବିଶ୍ବବନ୍ଧୁଙ୍କ ସମ୍ପତ୍ତି ଆୟଠାରୁ ୩୩୬ ପ୍ରତିଶତ ସମ୍ପତ୍ତି ମିଳିଥିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ ପି ଏମ୍ ରାଧାକ୍ରିଷ୍ଣ।
ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ
ଭିଜିଲାନ୍ସ ବିଭାଗର ଚଢ଼ାଉ ବେଳେ ଭୁବନେଶ୍ୱର ଭିଏସ୍ଏସ୍ନଗରସ୍ଥିତ ଦୁଇମହଲା ଆବାସିକ କୋଠା, ରୁଦ୍ରପୁରସ୍ଥିତ ଆସୋଟେକ୍ ପ୍ରାଇଡ୍ରେ ବିଳାସପୂର୍ଣ୍ଣ ୩ ବିଏଚ୍କେ ଫ୍ଲାଟ୍, ଭଦ୍ରକ ମଠସାହି ସ୍ଥିତ ଏକ ମହଲା କୋଠା ଓ ତୋରାନପଡ଼ାସ୍ଥିତ ପୈତୃକ ଘର ଠାବ କରାଯାଇଥିଲା ।
ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ
ସେହିପରି ରାଜଧାନୀ ଓ ଭଦ୍ରକର ପ୍ରମୁଖ ଅଂଚଳରେ ୬ଟି ପ୍ଲଟ୍ ମଧ୍ୟ ଠାବ କରାଯାଇଥିଲା । ଘରୁ ନଗଦ ୩ଲକ୍ଷ ୧୮ ହଜାର ଟଙ୍କା, ୪୨୧ ଗ୍ରାମ ସୁନାଗହଣା ମିଳିଛି । ଏହି ରେଡ୍ରେ ୭ DSPଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ଚଢ଼ଉରେ ସାମିଲ ହୋଇଥିଲେ।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!