ଶୀତଳାପଲ୍ଲୀ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଜଟିଳ ନ୍ୟୁରୋସର୍ଜରୀ ସଫଳ

SUM Hospital Brings Cutting-Edge Neurosurgery to South Odisha by performing advanced Brain Surgery

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ଦକ୍ଷିଣ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଅଭୁତପୂର୍ବ ସଫଳତା ଆଣିଛି ବ୍ରହ୍ମପୁର, ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୩ । ଏହି ହସ୍ପିଟାଲର ଡାକ୍ତରୀ ଟିମ୍ ଜଣେ ୫୦ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରେ ଥିବା ଟ୍ୟୁମରଟିକୁ ଏକ ଜଟିଳ ସ୍ନାୟୁଶଲ୍ୟ ଅସ୍ତ୍ରୋପଚାର ମାଧ୍ୟମରେ କାଢ଼ିବାରେ ସଫଳ ହୋଇଛନ୍ତି । ଏହି ଟ୍ୟୁମରଟି ଯୋଗୁଁ ମହିଳାଙ୍କର ଜୀବନ ପ୍ରତି ବିପଦ ମଧ୍ୟ ରହିଥିଲା ।

ଦକ୍ଷିଣ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଅତ୍ୟାଧୁନିକ ସ୍ନାୟୁଶଲ୍ୟ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସମ୍ପନ୍ନ ହୋଇଥିବା ବେଳେ ଏହି ଅଂଚଳର ସ୍ୱାସ୍ଥ୍ୟ ସେବାକୁ ଶୀତଳାପଲ୍ଲୀ ସମ୍ ଆହୁରି ସୁଦୃଢ଼ କରିପାରିଛି ।

ହୀରାମଣି ସାହୁ ନାମକ ମହିଳା ରୋଗୀ ଜଣେ ତାଙ୍କର ପ୍ରବଳ ମୁଣ୍ଡ ବ୍ୟଥା ଏବଂ ଶରୀରରେ ଦୁର୍ବଳତାର ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ । ତାଙ୍କ ଠାରେ ସ୍ନାୟୁଶଲ୍ୟ ସମସ୍ୟାର ଗୁରୁତର ଅବସ୍ଥାକୁ ଦେଖି ଡାକ୍ତରମାନେ ତୁରନ୍ତ ଏମଆରଆଇ ସ୍କାନ୍ କରାଇଥିଲେ । ସ୍କାନିଂ ରିପୋର୍ଟରୁ ମସ୍ତିଷ୍କର ଡାହାଣ ପାଶ୍ୱର୍ରେ ଏକ ବୃହତ ଇଂଟ୍ରାଭେଂଟ୍ରିକୁଲାର ବ୍ରେନ୍ ଟ୍ୟୁମର ଥିବାର ଜଣାପଡ଼ିଥିଲା । ଏହା ଏକ ଜଟିଳ ଏବଂ ଗୁରୁତର ସମସ୍ୟା ରହିଥିଲା କାରଣ ଟ୍ୟୁମରଟି ମସ୍ତିଷ୍କର ଅତ୍ୟନ୍ତ ଗଭୀର ପାଶ୍ୱର୍କୁ ଚାଲିଯାଇଥିବା ବେଳେ ଅସ୍ତ୍ରୋପଚାର ପାଇଁ ଏହା ବେଶ ଜଟିଳ ହୋଇଥିଲା ।

ଏହି ଅସ୍ତ୍ରୋପଚାରକୁ ହସ୍ପିଟାଲ୍ ନ୍ୟୁରୋସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର (ଡାକ୍ତର) ପ୍ରଭାତ କୁମାର ଜଗଦେବ ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ନ୍ୟୁରୋଆନେସ୍‌ଥେସିଆ ବିଶେଷଜ୍ଞ ଡାକ୍ତର ପ୍ରତ୍ୟୁଷ କେ. ମିଶ୍ରଙ୍କ ସମେତ ନ୍ୟୁରୋସର୍ଜିକାଲ୍ ଅପରେସନ୍ ଥିଏଟର ଟିମ୍ ସହଯୋଗ କରିଥିଲେ ।

ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟରେ ଧିରେ ଧିରେ ଉନ୍ନତି ଘଟୁଛି ବୋଲି ହସ୍ପିଟାଲ୍‌ର କର୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୩ ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାସ ଡାକ୍ତରୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ହସ୍ପିଟାଲ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ କାର୍ଯ୍ୟ ହାତକୁ ନେଉଛି ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ବର୍ତମାନ ଶୀତଳାପଲ୍ଲୀ ସମ୍‌ରେ ନ୍ୟୁରୋସର୍ଜରୀ, ନ୍ୟୁରୋଲୋଜି, ମେଡିକାଲ୍ ଆଣ୍ଡ ସର୍ଜିକାଲ୍ ଅଙ୍କୋଲୋଜି, ହେମାଟୋଲୋଜି, କ୍ରିଟିକାଲ୍ କେୟାର, ଟ୍ରମା ସର୍ଭିସେସ, ଡାଇଲିସିସ୍‌, କାର୍ଡିଓଲୋଜି, ଅର୍ଥୋପେଡିକ୍ସ, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ଏବଂ ୟୁରୋଲୋଜି ଭଳି ସୁପର ସ୍ପେଶିଆଲିଟି ସ୍ୱାସ୍ଥ୍ୟ ସେବା ସହିତ ଅତ୍ୟାଧୁନିକ ଆଇସିୟୁ ଏବଂ ଏଚ୍‌ଡିୟୁ ମଧ୍ୟ ସୁବିଧା ଉପଲବ୍ଧ ରହିଛି ।

Share this story