ମିସନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
 

Sujata R Karthikeyan Gets Additional Charge Of Odia Language Literature and Culture Dept
ମିସନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ବ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ସଫଳତାର ସହ ରୂପାୟନ କରିବା ପାଇଁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଦାୟିତ୍ବ ଦେଇଥିଲେ ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

ମିଶନ ଶକ୍ତି ତାଙ୍କ ମାର୍ଗଦର୍ଶନରେ ଏବେ ଏକ ବଡ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ସହ ଯୋଡି ହୋଇଛନ୍ତି । ଗତ ବର୍ଷ ମହିଳା ଏସଏଚଜିମାନଙ୍କୁ ରେକର୍ଡ ୧୧ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଚଳିତ ବର୍ଷ ୧୫ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଅଧିକ ପଢନ୍ତୁ : ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ଏବେ ରାଜ୍ୟରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେଉଛନ୍ତି ସରକାର । ଜିଲ୍ଲା କଳା ସଂସ୍କୃତି ସଂଗଠନ ଓ ବ୍ଲକ କଳା ସଂସ୍କୃତି ସଂଘକୁ ଗୁରୁତ୍ବ ଦିଆଯାଉଛି । ସରକାର ଏବେ କଳା ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେବା ସହ ଅଧିକ ପାଣ୍ଠି ଯୋଗାଇଦେଉଛନ୍ତି । 

ଏଭିତରେ ଓଡିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ପ୍ରବାସୀ ଓଡିଆଙ୍କ ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରାଯାଇଛି । ଏହି ନିର୍ଦ୍ଦେଶାଳୟ ପ୍ରବାସୀ ଓଡିଆଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛି । ଏଭଳି ଏକ ପୃଷ୍ଠଭୂମୀରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ବ ରାଜ୍ୟରେ କଳା ଓ ସଂସ୍କୃତିର ବିକାଶକୁ ସରକାର ଗୁରୁତ୍ବ ଦେଉଥିବା ସୂଚାଉଛି । ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଏହି ବିଭାଗର ଦାୟିତ୍ବ ମିଳିବା ପରେ ରାଜ୍ୟର ଭାଷା ସାହିତ୍ୟ ଓ ସଂସ୍କୃତିରେ ଏକ ବଡ ରୂପାନ୍ତରଣ ଆସିବ ବୋଲି ଆଶା କରାଯାଉଛି ।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!
 

Share this story