ଶୁଭଲକ୍ଷ୍ମୀ ସାହୁ ଡେଥ୍ ସସପେନ୍ସ ଉପରୁ ହଟିନି ପରଦା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ  

Subhalakshmi death case Police receives postmortem report
ଶୁଭଲକ୍ଷ୍ମୀ ସାହୁ ଡେଥ୍ ସସପେନ୍ସ ଉପରୁ ହଟିନି ପରଦା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ  

ଓଡ଼ିଆ ଗସିପ୍ ବ୍ୟୁରୋ: କଟକ ରୋଡ଼ରେ ଥିବା ଦୀପାଳି ବାର୍‌‌ ଓ ଲଜର ୨୦୫ ନମ୍ବର ରୁମରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା, ବର୍ତମାନ ଯାଏଁ ଶୁଭଲକ୍ଷ୍ମୀ ସାହୁ ଡେଥ୍ ସସପେନ୍ସ ଉପରୁ ହଟିନି ପରଦା । ଦିନ ବିତିବା ସହ ରହସ୍ୟ ବଢୁଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ସାଂଘାତିକ ତଥ୍ୟ ମିଳିଛି । 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ସୂଚନା ମିଳିଛି ଯେ ମୃତ୍ୟୁ ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ । ତେବେ ଏହା ନିଶା ଦ୍ରବ୍ୟ ନା ବିଷ ସ୍ପଷ୍ଟ ହୋଇନାହିଁ । ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା ସୂଚନା ମିଳିଛି । ଏଥିପାଇଁ ଷ୍ଟେଟ୍ ଫୋରେନସିକ୍ ଲାବକୁ ପଠାଯାଇଛି ଶୁଭଲକ୍ଷ୍ମୀଙ୍କ ଭିସେରା ନମୁନା ଓ ପୋଷ୍ଟମର୍ଟମ ରିପୋର୍ଟ ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଏକ ସପ୍ତାହ ହେବ ମାନସିକ ଅବସାଦରେ ଥିଲେ ଶୁଭଲକ୍ଷ୍ମୀ । ତେବେ କିଏ ଓ କାହିଁକି ନିଶା ଦେଇଥିଲା ସେନେଇ ତଦନ୍ତ ଚାଲିଛି । ଯଦି ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ ତେବେ କାହିଁକି ? ନିଶା ସେବନ ବେଳେ ରୁମରେ ତାଙ୍କ ସହ ଅନ୍ୟ କେହି ଥିଲେ କି ? ନା ମାନସିକ ଅବସାଦ ଯୋଗୁ ନିଶା ସେବନ କରି ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ ? ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ବର୍ତ୍ତମାନ ସୁଦ୍ଧା ବାର କର୍ମଚାରୀ, ପରିବାର ସଦସ୍ୟ ଓ ବୟଫ୍ରେଣ୍ଡକୁ ମିଶାଇ ୧୨ ଜଣଙ୍କୁ ଜେରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଦୀପାଳି ବାରରେ ଥିବା ଲଜର ୨୦୫ ନମ୍ବର ରୁମରୁ ନେଇ ରହସ୍ୟ ବି ବଢୁଛି । ପୋଲିସ ଆସିବା ପୂର୍ବରୁ ବାର୍ କର୍ମଚାରୀ କାହିଁକି ରୁମ୍ କବାଟ ଖୋଲିଥିଲେ ତାକୁ ନେଇ ବି ପ୍ରଶ୍ନ ଉଠିଛି ।

Share this story