ଏହି ଦିନଠୁ ଓଡ଼ିଶାରେ ଆରମ୍ଭ ହେବ SIR, ଗୋଟିଏ ଭୁଲ୍‌ ଥିଲେ ଭୋଟର ତାଲିକାରୁ ପଡିବେ ବାଦ୍‌...

SIR will start in Odisha from this day if there is one mistake you will be removed from the voter list

ଓଡ଼ିଆ ଗସିପ ବ୍ୟୁରୋ (ନୂଆଦିଲ୍ଲୀ,୧୪।୫): ବିହାରରେ ପ୍ରଥମ ପର୍ଯ୍ୟାୟ  ଏବଂ ପଶ୍ଚିମବଙ୍ଗ ସମେତ ୧୨ଟି ରାଜ୍ୟରେ SIR ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସମାପ୍ତ ହେବା ପରେ, ତୃତୀୟ ପର୍ଯ୍ୟାୟ ୧ ଜୁଲାଇ ୨୦୨୬ ରେ ଆରମ୍ଭ ହେବ। ସାରା ଦେଶରେ ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ସଠିକ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ସ୍ବତନ୍ତ୍ର ସଘନ ସଂଶୋଧନ (SIR)ର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ପର୍ଯ୍ୟାୟକ୍ରମେ ସଂଶୋଧନ କରାଯିବ।

ନିର୍ବାଚନ କମିଶନଙ୍କ ଅନୁଯାୟୀ, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, କର୍ନାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ପଞ୍ଜାବ, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ସମେତ ମୋଟ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ତୃତୀୟ ପର୍ଯ୍ୟାୟରେ ସାମିଲ କରାଯାଇଛି । କମିଶନ କହିଛନ୍ତି , ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ ଏବଂ ତ୍ରୁଟିମୁକ୍ତ କରିବା, ଯାହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ବିଶ୍ୱାସକୁ ମଜବୁତ କରାଯିବ। 

ତୃତୀୟ ପର୍ଯ୍ୟାୟରୁ ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଓ ଲଦାଖକୁ ବାଦ୍‌ ଦିଆଯାଇଛି। ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଭୌଗୋଳିକ ଓ ପାଣିପାଗ ସମ୍ପର୍କିତ ସମସ୍ୟା ରହିଥିବାରୁ ପରେ ଏହିଠାରେ ଏସଆଇଆର୍‌ କରାଯିବ ବୋଲି ମୁଖ୍ୟ ଇଲେକ୍ସନ କମିଶନ କହିଛନ୍ତି। ତୃତୀୟ ପର୍ଯ୍ୟାୟରେ, ୩.୯୪ ଲକ୍ଷରୁ ଅଧିକ ବୁଥ ସ୍ତରୀୟ ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ। ପ୍ରାୟ ୩୬.୭୩ କୋଟି ଭୋଟରଙ୍କ ଘରେ ଘରେ ଯାଇ ଏମାନେ ଯାଞ୍ଚ କରିବେ। 

କମିଶନଙ୍କ ଅନୁଯାୟୀ, ପ୍ରଥମ ଦୁଇଟି ପର୍ଯ୍ୟାୟରେ, ୧୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୫୯ କୋଟି ଭୋଟରଙ୍କୁ ସାମିଲ କରାଯାଇଥିଲା, ଯେଉଁଠାରେ ୬.୩ ଲକ୍ଷରୁ ଅଧିକ BLO ଏବଂ ୯.୨ ଲକ୍ଷ BLA ଏହି ପ୍ରକ୍ରିୟାରେ ସାମିଲ ଥିଲେ।

Share this story