ମନ୍ଦିର ପୂଜକଙ୍କୁ ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲା ଶିବଲିଙ୍ଗ
 

Shiv Ling Emerged Out Of Soil In Phulbani
ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲା ଶିବଲିଙ୍ଗ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମନ୍ଦିର ପୂଜକଙ୍କୁ ହେଲା ସ୍ବପ୍ନାଦେଶ । ମନ୍ଦିର ପ୍ରାଙ୍ଗଣ ମାଟିତଳୁ ବାହାରିଲା ଶିବଲିଙ୍ଗ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ କ୍ରାଣ୍ଡିବାଲି ଗାଁରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଳୁ ଏକ ଶିବଲିଙ୍ଗ ମିଳିଛି । 

ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ମାଟିତଳେ ଶିବଲିଙ୍ଗ ଥିବା ତ୍ରିନାଥ ମନ୍ଦିର ପୂଜକ ଦଶମୁଲ ମିଶ୍ରଙ୍କୁ ସ୍ବପ୍ନାଦେଶ ହୋଇଥିଲା ବୋଲି ପୂଜକ କହିଛନ୍ତି । ଲୋକମାନେ ମାଟି ଖୋଳିବା ପରେ ଏକ ବିରାଟ ଶିବଲିଙ୍ଗ ମିଳିଛି I ଶିବଲିଙ୍ଗକୁ ହୋମଯଜ୍ଞ କରି ପ୍ରତିଷ୍ଠା କରାଯାଇଛି ।

ଅଧିକ ପଢ଼ନ୍ତୁ : ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ 

ମାଟିତଳୁ ଶିବଲିଙ୍ଗ ବାହାରିଲା ପରେ ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟୁଛି । ଏଠାରେ ଏକ ଶିବ ମନ୍ଦିର ନିର୍ମାଣ କରାଯିବ ବୋଲି ବିଧାୟକ ଅଙ୍ଗଦ କହଁର ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!
 

Share this story