ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି, ପ୍ରତ +୩ କଲେଜରେ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ
 

Self defence clubs will be opened for girls students in every Degree Colleges
ପ୍ରତ +୩ କଲେଜରେ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟର ପ୍ରତି ଯୁକ୍ତ ତିନି କଲେଜରେ ଛାତ୍ରୀମାନଙ୍କ ପାଇଁ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦୦ କଲେଜକୁ ଚିହ୍ନଟ କରାଯାଇଛି । ଯେଉଁଥିରେ ୪୩ ସରକାରୀ କଲେଜ ଥିବାବେଳେ ୧୫୨ ଟି ଏଡେଡ କଲେଜ ସାମିଲ ଅଛି ।

ଅଧିକ ପଢନ୍ତୁ :ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…

କଲେଜ ଗୁଡ଼ିକରେ ସେଲଫ୍ ଡିଫେନସ୍ କ୍ଲବ୍ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେଲଫ୍ ଡିଫେନସ୍ କ୍ଲବର ସଂଯୋଜକ ନିଯୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉପ-ସଚିବଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି । 

ଅଧିକ ପଢନ୍ତୁ :ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ଏଥିସହ ସଂଯୋଜକଙ୍କ ନାଁ ସମେତ କଲେଜ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆସନ୍ତା ଜାନୁଆରୀ ୨୨ ସୁଦ୍ଧା ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଦ୍ବନ୍ଦ୍ବ ଉପୁଜିଲେ, ସେଲଫ୍ ଡିଫେନସ୍ କ୍ଲବ ରାଜ୍ୟ ଉପଦେଷ୍ଟା ଡକ୍ଟର ନିବେଦିତା ଜେନାଙ୍କୁ ଯୋଗାଯୋଗ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 
 

Share this story