ବାଲି ମାଫିଆଙ୍କ ଦାଦାଗିରି, ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

Sand mafias threatening, attempt to attack additional tehsildar

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି , ୨୮/୯/୨୦୨୫) : ବାଲି ମାଫିଆଙ୍କ ଦୋରତ୍ମ୍ୟ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ବାଲି ମାଫିଆଙ୍କ ଦୋରତ୍ମ୍ୟ ଦେଖିବାକୁ ମିଳିଛି । ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଅଟକାଇ ପୁଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି ବାଲି ମାଫିଆ ।

ରାଜନଗର ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନା ରୁଟିନ ଏନ୍ଫୋର୍ଷିମେଣ୍ଟ କରିବା ସମୟରେ ଏକ ବାଲି ବୋଝଇ ହାଇୱାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡ଼ିଟି ଅଟକି ନଥିଲା ଆଉ ସେହି ହାଇୱାକୁ ଧରିବା ପାଇଁ ଗୋଡ଼ାଇବା ସମୟରେ ବାଲି ମାଫିଆଙ୍କ ଆଉ ଏକ କାର ତାଙ୍କ ଗାଡ଼ି ଆଗରେ ରହି ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଅଟକାଇ ଥିଲା ଏବଂ ତହସିଲଦାରଙ୍କ ଗାଡ଼ିଟି ଅଟକିବା ପରେ ସେହି ଗାଡ଼ିରୁ ସମ୍ପୃକ୍ତ ବାଲି ମାଫିଆ ବାହାରି ପୁଲିସ ଉପସ୍ଥିତରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛି ।

ଏହି ଘଟଣାକୁ ନେଇ ଅତିରିକ୍ତ ତହସିଲଦାର ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବାଲି ମାଫିଆକୁ ପୁଲିସ ଗିରଫ କରିଥିବାବେଳେ ବାଲି ବୋଝଇ ହାଇୱାଟି ଫେରାର ହୋଇଯାଇଛି ।

Share this story