ମାତିଛନ୍ତି ଲୁଟେରା, ଫିଲ୍ମ ଷ୍ଟାଇଲ୍‌ରେ ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ରୁ ଦେଢ କୋଟିରୁ ଅଧିକା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
 

Rs1 crore 50 lakh looted at gunpoint from ATM cash vehicle in Cuttack
ଫିଲ୍ମ ଷ୍ଟାଇଲ୍‌ରେ ଟଙ୍କା ଭର୍ତ୍ତି ଭ୍ୟାନ୍‌ରୁ ଦେଢ କୋଟିରୁ ଅଧିକା ଲୁଟିନେଲେ ଦୁର୍ବୃତ୍ତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦିନ ଦ୍ୱପହରରେ ମାତିଛନ୍ତି ଲୁଟେରା କରୁଛନ୍ତି ଲୁଟ। ତାହା ପୁଣି ଏଟିଏମ୍‌ କ୍ୟାସ୍‌ ଭ୍ୟାନରୁ। ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଗାଡିକୁ ଅଟକାଇ ବନ୍ଧୁକ ଦେଖାଇ ଦେଢ କୋଟିରୁ ଅଧିକ ଟଙ୍କା ଲୁଟ କରିଛନ୍ତି ମୁଖାପିନ୍ଧା କିଛି ଦୁର୍ବୃତ୍ତ। ଏକରି ଏକ ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ।

ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ

ମିଳିଥିବା ସୂଚନା ଅନୁସାରେ ଆଜି ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଭରିବାକୁ ଯାଇଥିଲେ। ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ମୋଟ ୧୩ଟି ଏଟିଏମ୍‌ରେ ସେମାନେ ଏହି ଟଙ୍କା ଭରି ଥାଆନ୍ତେ। ତେବେ ମାତ୍ର ଚାରୋଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟ୍‌ର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ଶୁକ୍ରବାର ଏହି ଭ୍ୟାନଟି ଏଟିଏମରେ ଟଙ୍କା ଲୋଡ କରିବା ପାଇଁ ଯାଉଥିଲା । ତିଗିରିଆ ଥାନା ଅଧୀନସ୍ଥ ନୂଆ ସଡକ ରୋଡର ଗୋଡି ଝରିଆ ନିକଟରେ ଲୁଟ ହୋଇଥିଲା । ୭ରୁ ୮ ଜଣ ମୁଖା ପିନ୍ଧା ଦୁବୃର୍ତ୍ତ ଏକ ସ୍କର୍ପିଓ ଓ ସ୍କୁଟିରେ ଆସି ବନ୍ଧୁକ ଦେଖାଇ ଭ୍ୟାନକୁ ଅଟକାଇଥିଲେ । ତା ପରେ ଟଙ୍କା ଭର୍ତ୍ତି ଟ୍ରଙ୍କକୁ ଉଠାଇ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ । 

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

ଏଥିରେ ଦେଢ କୋଟି ଟଙ୍କା ଥିବା ଜଣାଯାଇଛି । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ଘଟଣାର ଛାନଭିନ କରୁଛି । କଟକ ଗ୍ରାମାଞ୍ଚଳ ଏସପି ମିହିର୍ କୁମାର ପଣ୍ଡା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଟକ ଜିଲ୍ଲା ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇ ଦୁବୃର୍ତ୍ତଙ୍କୁ ଧରିବାକୁ ପ୍ରୟାସ କରାଯାଉଛି।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
 

Share this story