୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇଙ୍କୁ ମାଡି ବସିଲା ଭିଜିଲାନ୍ସ , ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ
Nov 2, 2023, 19:31 IST
ଲାଞ୍ଚ ନେବା ବେଳେ ଆରଆଇଙ୍କୁ ମାଡି ବସିଲା ଭିଜିଲାନ୍ସ
ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆରଆଇ ଅଫିସର । ମାଲକାନଗିରି ଜିଲ୍ଲା ମୋଟୁ ତହସିଲର ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ସୂରଜଚନ୍ଦ୍ର ବଳଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଅଧିକ ପଢ଼ନ୍ତୁ : ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଏକ ଜବରଦଖଲ ମାମଲାରେ ନୋଟିସ୍ ଜାରି କରିବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୂରଜଚନ୍ଦ୍ର ବଳ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଗିରଫ ଆରଆଇଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!