ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ସସପେନ୍ସ, ପରିଵାର ଆଣିଲେ ସାଙ୍ଘାତିକ ଅଭିଯୋଗ- ସ୍ଲୋ ପଏଜନ ଯୋଗୁଁ ହୋଇଛି ମୃତ୍ୟୁ !
ସମ୍ବଲପୁର (ଓଡ଼ିଆ ଗସିପ ବ୍ୟୁରୋ): ସମ୍ବଲପୁରୀ ଗାୟିକା ରୁକ୍ ସାନା ବାନୋଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ପରିବାର ଲୋକ ଓ ସମ୍ପର୍କୀୟ । ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ ସ୍କ୍ରାବ୍ ଟାଇଫସ୍ ବୋଲି କୁହାଯାଉଛି ।
ତେବେ ସ୍ଲୋ ପଏଜନ ଯୋଗୁଁ ରୁକ୍ ସାନା ବାନୋଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।
ସୂଚନା ଅନସାରେ ୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ସେ ଅସୁସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୭ରେ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ।
ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସେପଟେ ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମାଆଙ୍କର ଏକ ଅଭିଯୋଗ ପୂର୍ଣ୍ଣ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ସେ କାହା ନାଁ ନ ନେଇ ନିର୍ଦ୍ଦିଷ୍ଟ କୌଣସି ଲୋକକୁ ତାଙ୍କ ଝିଅର ମୃତ୍ୟୁ ପାଇ ଦାୟୀ କରୁଛନ୍ତି । ତାଙ୍କ ଝିଅକୁ ସମ୍ବଲପୁର ଓ ବରଗଡ଼ ଲୋକଙ୍କ ସହ କାମ ନ କରିବାକୁ ଧମକ ଦିଆଯିବା ସହ ବିଷ ପିଆଇ ଦିଆଯାଇଥିବା ସାଂଘାତିକ ଅଭିଯୋଗ କରିଛନ୍ତି ରୁକ୍ସାନାଙ୍କ ମାଆ ।