ଆଜି ଭୁବନେଶ୍ୱରର ଏହି ୬ଟି ସ୍ଥାନରେ ହେବ ରାବଣ ପୋଡି, କମିଶନରେଟ୍ ପୁଲିସ ପକ୍ଷରୁ ମିଳିଛି ଅନୁମତି 
 

Ravana Podi to be held at 6 places in Bhubaneswar
ଭୁବନେଶ୍ୱରର ଏହି ୬ଟି ସ୍ଥାନରେ ହେବ ରାବଣ ପୋଡି

ଓଡ଼ିଆ ଗସିପ୍ ବ୍ୟୁରୋ: ରାବଣ ପୋଡି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନାହିଁ। 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ଅନୁମତି ପ୍ରଦାନ କରିଛି ଅଗ୍ନିଶମ ବିଭାଗ । ଏନେଇ ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ସୂଚନା ଦେଇଛନ୍ତି। ଅନ୍ୟପଟେ ରାବଣ ପୋଡି ହେଉଥିବା ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ। ଜଣେ ଫାୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ ରାବଣ ପୋଡି ମଣ୍ଡପ ନିକଟରେ ନିୟୋଜିତ ହେବ। 

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ସେପଟେ ସୁରକ୍ଷା ଦୃଷ୍ଟିରୁ  ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ ।  ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ ।  ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

Share this story