ଅଡୁଆରେ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା, ଆଇଆଇସିଙ୍କ ନାଁରେ ରୁଜୁ ହେଲା ମାମଲା

Rajnagar Police Station IIC Sandhyarani Jena in trouble as case registered against the IIC

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ଯେତେବେଳେ ୟୁନିଫର୍ମର ଅହଙ୍କାର ଜଣଙ୍କ ଭିତରେ ବଢିଯାଏ ସେତେବେଳେ ସେହି ମଣିଷ ନା ନିଜକୁ ଚିହ୍ନି ପରେ ନା ନିଜ ଡ୍ୟୁଟିର ମର୍ଯ୍ୟାଦା ରଖେ । ସେହି ମଣିଷ କେବଳ ଅନ୍ୟକୁ କଷ୍ଟ ଦେବାରେ ମଜ୍ଜା ପାଇଥାଏ । ଆଉ ଶେଷରେ ସେ କେବଳ ନିଜର କର୍ମର ଫଳ ହିଁ ପାଇଥାଏ । ତେବେ ଏମିତି ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ବହୁତ କିଛି ଶିଖାଇଦେବ । ଏମିତି କିଛି କାଣ୍ଡ କରି ଏବେ ଅଡୁଆରେ ରାଜନଗର ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ।

ନିଲମ୍ବିତ ଆଇଆଇସିଙ୍କ ନାଁରେ ଏବେ ମାମଲା ରୁଜୁ ହୋଇଛି । ରାଜନଗର ଥାନାରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ରି ଘଟଣାରେ ସନ୍ଧ୍ୟା ରାଣି ଜେନାଙ୍କୁ ନିଲମ୍ବିତ ପରେ ତାଙ୍କ  ନାମରେ ମାମଲା ରୁଜୁ କରାଯାଇଛି । ତେବେ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରାଯାଇଛି ।

ଅଧିକ ନ୍ୟୁଜ ପଢ଼ନ୍ତୁ: ବର୍ଷ ଶେଷ ଯାଏଁ ୩ଟି ରାଶି ଉପରେ ରହିବ ଶନିଙ୍କ କୋପଦୃଷ୍ଟି, ଜାଣନ୍ତୁ ଆପଣଙ୍କ ରାଶି ଏଥିରେ ନାହିଁ ତ? 

ସୂଚନାମୁତାବକ, ଗତ ମେ ୨୫ ତାରିଖ ଦିନ ତାଳଚୁଆ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଏବଂ ତାଙ୍କ ପୁଅ ଏକ ପାରିବାରିକ କଳହର ସମାଧାନ ପାଇଁ ତାଳଚୁଆ ସାମୁଦ୍ରିକ ଥାନାକୁ ଯାଇଥିଲେ । ସେଠାରେ ତତ୍କାଳୀନ ଆଇଆଇସି ସନ୍ଧ୍ୟାରାଣୀ ଜେନା ସେମାନଙ୍କୁ ନିର୍ମମ ଭାବେ ମାଡ଼ ମାରି ଲହୁଲୁହାଣ କରିଥିବା ନେଇ ପଟ୍ଟାମୁଣ୍ଡାଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା ।

ଆଇଆଇସି ନିଲମ୍ବିତ ହୋଇଥିଲେ ମଧ୍ୟ ପୀଡ଼ିତଙ୍କ ଲିଖିତ ଅଭିଯୋଗ ସତ୍ତ୍ୱେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହେଉନଥିଲା । ଏହାକୁ ନେଇ ଗଣମାଧ୍ୟମରେ କ୍ରମାଗତ ଭାବେ ଖବର ପ୍ରକାଶ କରାଯାଇଥିଲା । ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରାଯାଇଛି । ନିଲମ୍ବିତ ମହିଳା ଅଧିକାରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ର ଅନେକ ସଙ୍ଗିନ ଧାରା ଲଗାଯାଇଛି ।

Share this story