Puri Srimandira: ଆଜି ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ, ସେପଟେ ଭିଡ଼ ନେଇ ସ୍ଥିତି ଅସମ୍ଭାଳ

Puri Srimandira Suna besha Ritual Today At Puri Srimandira Dolapurnima Nitikanti To Be Held Soon

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): Puri Srimandira ଆଜି ଚନ୍ଦ୍ରଗ୍ରହଣ । ସେଥିପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ସହ ଦୋଳବେଦୀ ଠାରେ ସ୍ୱତନ୍ତ୍ର ଦୋଳ ନୀତି ହେବ । ଚଳିତ ବର୍ଷ ଦିନ ବଦଳରେ ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ । କାରଣ ଚନ୍ଦ୍ରଗ୍ରହଣ ଯୋଗୁଁ ମହାପ୍ରଭୁଙ୍କ ନିତିକାନ୍ତିରେ କିଛିଟା ପରିବର୍ତ୍ତନ କରାଯାଇଛି । ତେଣୁ ମହଣ ମହଣ ସୁନା ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହୋଇ ରାତି ତମାମ ଭକ୍ତଙ୍କୁ ଦର୍ଶନ ଦେବେ ।  

ରାତି ୧ଟାରୁ ଦ୍ବାର ଫିଟାଯାଇ ୧ଟା ୩୦ ଭିତରେ ଶୋଧ, ୧ଟା ୪୫ରେ ମଙ୍ଗଳ ଆଳତୀ, ମଇଲମ ଓ ସୂର୍ଯ୍ୟ ପୂଜା କରାଯାଇଥିଲା । ସନ୍ଧ୍ୟା ୬ଟା ୩୦ ରେ ଗ୍ରହଣ ଭୋଗ ହୋଇ ୭ଟାରେ ମଇଲମ କରାଯିବ । ରାତି ୮ଟାରୁ ୯ଟା ୩୦ ମଧ୍ୟରେ ସୁନା ବେଶ ଅନୁଷ୍ଠିତ ହେଵ ।  ପରେ ରାତ୍ର ୧୦ରୁ ୧୧ଟା ୩୦ ମଧ୍ୟରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ହୋଇ ରାତ୍ର ୧୧ଟାରୁ ୧ଟା ମଧ୍ୟରେ ଭୋଗ ମଣ୍ଡପ ଉଠିବ ।

ସେପଟେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିରରେ ଭକ୍ତ ଙ୍କ ସମାଗମ ହୋଇଛି । କିନ୍ତୁ ଅତ୍ୟାଧିକ ଭିଡ଼ କାରଣ ରୁ ଦୋଳବେଦୀ ନିକଟରେ ଠେଲାପେଲା ପରିସ୍ଥିତି ଉପୁଜିଛି । ଏହି ଠେଲାପେଲାରେ କିଛି ଭକ୍ତ ଆହତ ହୋଇଥିବା ସୂଚନା ରହିଛି ।

Share this story