ଯାତ୍ରୀଙ୍କୁ ବଡ଼ ଝଟ୍‌କା: ରାଜ୍ୟରେ ବଢ଼ିଲା ଘରୋଇ ବସ୍‌ ଭଡ଼ା, ଜାଣନ୍ତୁ ପ୍ରତି କିଲୋମିଟର ପିଛା କେତେ...

Private bus fares have increased in the state know how much it costs per kilometer

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ରାଜ୍ୟର ସାଧାରଣ ଜନତାଙ୍କ ପକେଟ୍‌କୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ରାଜ୍ୟରେ ଘରୋଇ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦରର ଅସ୍ଥିରତା ଓ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ୍‌ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ବୟଂଚାଳିତ ଭଡ଼ା ସଂଶୋଧନ ବ୍ୟବସ୍ଥା ଆଧାରରେ ଏହି ନୂଆ ଦର ଧାର୍ଯ୍ୟ କରାଯାଇଛି।

ନୂଆ ଶ୍ରେଣୀଭୁକ୍ତ ଦର ଅନୁସାରେ, ଏବେ ଯାତ୍ରୀମାନଙ୍କୁ ପ୍ରତି କିଲୋମିଟର ପିଛା ଅଧିକ ଭଡ଼ା ଗଣିବାକୁ ପଡ଼ିବ।

କେଉଁ ବସ୍‌ରେ କେତେ ବଢ଼ିଲା ଭଡ଼ା?

-ଅର୍ଡିନାରୀ ବସ୍‌: ପୂର୍ବରୁ ଭଡ଼ା ୮୮ ପଇସା ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୯୦ ପଇସା (କିମି ପିଛା)ହୋଇଛି। 
-ଏକ୍ସପ୍ରେସ ବସ୍‌: ପୂର୍ବ ଭଡ଼ା ୯୨ ପଇସାରୁ ବୃଦ୍ଧି ପାଇ ଏବେ ୯୪ ପଇସା (କିମି ପିଛା) ଧାର୍ଯ୍ୟ କରାଯାଇଛି।
-ଡିଲକ୍ସ ବସ୍‌: ପୂର୍ବରୁ ୧ ଟଙ୍କା ୨୭ ପଇସା ଥିବା ଭଡ଼ା ଏବେ ବୃଦ୍ଧି ପାଇ ୧ ଟଙ୍କା ୩୧ ପଇସା ହୋଇଛି।

ଅଧିକ ପଢ଼ନ୍ତୁ : ସାବିତ୍ରୀ ବ୍ରତ ଦିନ ଭୁଲରେ କରନ୍ତୁନି ଏହିସବୁ କାମ, ନଚେତ୍‌ ଅଧୁରା ରହିଯିବ...

ଏସି ଡିଲକ୍ସ ବସ୍‌: ଯାତ୍ରୀଙ୍କୁ ଏବେ ୧ ଟଙ୍କା ୫୫ ପଇସା ବଦଳରେ କିଲୋମିଟର ପିଛା ୧ ଟଙ୍କା ୫୯ ପଇସା ଦେବାକୁ ହେବ।
ସୁପର ପ୍ରିମିୟମ ବସ୍‌: ଏହି ବସ୍‌ରେ ଭଡ଼ା ସବୁଠାରୁ ଅଧିକ ବଢ଼ିଛି। ପୂର୍ବରୁ ୨ ଟଙ୍କା ୪୧ ପଇସା ଥିବା ଭଡ଼ା ଏବେ ବୃଦ୍ଧି ପାଇ ୨ ଟଙ୍କା ୪୭ ପଇସାରେ ପହଞ୍ଚିଛି।

ରାଜ୍ୟରେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଉଥିବାରୁ ବସ୍‌ ମାଲିକ ସଂଘ ପକ୍ଷରୁ ଭଡ଼ା ବୃଦ୍ଧି ପାଇଁ ଦାବି ହୋଇ ଆସୁଥିଲା। ସରକାରଙ୍କ ଏହି ନିଷ୍ପତ୍ତି ପରେ ବସ୍‌ ମାଲିକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ସାଧାରଣ ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ଯାତ୍ରୀଙ୍କ ଯାତାୟାତ ଖର୍ଚ୍ଚ ଏବେ ବଢ଼ିଯିବ, ଯାହା ସେମାନଙ୍କ ଦୈନନ୍ଦିନ ବଜେଟ ଉପରେ ପ୍ରଭାବ ପକାଇବ।

Share this story