ଆସିଲା ଚିନ୍ମୟୀଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ ତାଙ୍କ ମୃତ୍ୟୁର ରହସ୍ୟ...

post mortem report of Chinmayee Priyadarshini came to fore

ଓଡ଼ିଆ ଗସିପ ବ୍ୟୁରୋ: ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟର ଏକଥା ସ୍ପଷ୍ଟ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି. ଗଙ୍ଗାଧର । ତେବେ ଚିନ୍ମୟୀଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲେ ବି, ତାହା ଆତ୍ମହତ୍ୟା କିମ୍ବା ହତ୍ୟା ସେକଥା ସ୍ପଷ୍ଟ ହୋଇନି ।

ଏ ଦିଗରେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଏସପି । ସେପଟେ ଆଜି ବୁର୍ଲାକୁ ଡକାଇ ଚିନ୍ମୟୀଙ୍କ ପରିବାରକୁ ପଚରା ଉଚରା କରିଛି ପୋଲିସ । ଏଥିପାଇଁ ବୁର୍ଲା ହୀରାକୁଦ ଏସଡିପିଓଙ୍କ ଅଫିସରେ ପହଞ୍ଚିଥିଲେ ଚିନ୍ମୟୀଙ୍କ ବାପା, ମାଆ, ଭଉଣୀ ଓ ସଂପର୍କୀୟ ।

ଆହୁରି ପଢ଼ନ୍ତୁ : କେବଳ ଜୀବନ୍ତ ମହିଳା ନୁହେଁ, ମୃତ ଶରୀର ସହିତ ମଧ୍ୟ ସମ୍ବନ୍ଧ ରଖନ୍ତି ଏହି ଆଗୋରୀ ବାବା! କାରଣ ବହୁତ ଅଜବ...

ତଦନ୍ତ ପ୍ରକ୍ରିୟାରେ ଅଧିକ କିଛି ସୂଚନା ହାସଲ ପାଇଁ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିବା, ଏସପି କହିଛନ୍ତି । ଗତକାଲି ବିଳମ୍ବିତ ରାତି ଯାଏ ଭିସୁଟର କିଛି ଛାତ୍ରଙ୍କ ସହିତ ୩୦ରୁ ଅଧିକ ଲୋକଙ୍କୁ ପଚରା ଉଚରା କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ଢାବା ମାଲିକ ମଧ୍ୟ ଅଛନ୍ତି ।

ସୂଚନା ଅନୁସାରେ ଘଟଣା ଦିନ ବୁର୍ଲା ପିସି ବ୍ରିଜଠାରୁ ଅଳ୍ପ ଦୂରରେ ଥିବା ଏହି ଢାବାରେ ଖାଇଥିଲେ ଚିନ୍ମୟୀ ତାଙ୍କ ସାଙ୍ଗ ପ୍ରୀତିମନ ଦେ । ଢାବା ମାଲିକ ପାଖରୁ ପୋଲିସ କିଛି ସୂଚନା ପାଇଥିବା ଜଣାପଡ଼ିଛି । ଚିନ୍ମୟୀ ଓ ପ୍ରୀତିମନଙ୍କ କିଛି ବନ୍ଧୁ ଓ ଅନ୍ୟ କିଛି ଛାତ୍ରୀଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରିଛି ।

Share this story