ଯୁକ୍ତ ଦୁଇ ପରୀକ୍ଷାରେ ସେକେଣ୍ଡ କ୍ଲାସ ହେଲେ ବୋଲି ୩ ମହଲା କୋଠାରୁ ଡେଇଁ ପଡିଲେ ଛାତ୍ରୀ

Plus Two girl student commit suicide over exam result

ଓଡ଼ିଆ ଗସିପ ବ୍ୟୁରୋ : ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେକେଣ୍ଡ କ୍ଲାସ ହେବାରୁ ତିନି ମହଲା କୋଠାରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।

ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ସିମୁଳିଆ ଗାଁରେ ଘଟିଛି । ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ ।

ଅଧିକ ପଢ଼ନ୍ତୁ : ଓଡ଼ିଶାର ୨୦ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗର ସତର୍କବାଣୀ

ଆଜି ରେଜଲ୍ଟ ବହାରିବାରୁ ସେ ମାନସିକ ଭାବେ ଭାଙ୍ଗି ପଡିଥିବା ବେଳେ ତାଙ୍କ ଘର କୋଠା ଉପରକୁ ଯାଇ ତଳକୁ ଡିଆଁ ମାରି ଦେଇଥିଲେ ।

ଗୁରୁତର ଭାବେ ତାଙ୍କୁ ନୀଳଗିରିରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Share this story