SSB Odisha Recruitment: ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ପକେଇବା ପ୍ରକ୍ରିୟା ଏବଂ ଦରମା କେତେ ?

PGT recruitment drive start know details

ଓଡ଼ିଆ ଗସିପ ବ୍ୟୁରୋ : ରାଜ୍ୟ ଚୟନ ବୋର୍ଡ (SSB) ଓଡ଼ିଶା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୫। ଆଗ୍ରହୀ ପ୍ରାର୍ଥୀମାନେ SSBର ଅଫିସିଆଲ୍ ୱେବସାଇଟ୍ ssbodisha.ac.in କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ ।

ମୋଟ୍ ପଦବୀ: ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକମାନଙ୍କର ୫୫୫ଟି ପଦବୀ ପୂରଣ ହେବ ।

ବୟସ ସୀମା:

ସର୍ବନିମ୍ନ ବୟସ - ୨୧ ବର୍ଷ
ସର୍ବାଧିକ ବୟସ - ୩୮ ବର୍ଷ

ଅଧିକ ପଢ଼ନ୍ତୁ : ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୫ ଜିଲ୍ଲାରେ କାଳବୈଖାଖୀ, ୬ ଜିଲ୍ଲାରେ ପ୍ରବଳ ବର୍ଷା ଆର୍ଲଟ : ୨୩ ଓ ୨୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆବେଦନ ଶୁଳ୍କ:

ସାଧାରଣ / SEBC ବର୍ଗଙ୍କ ପାଇଁ – ୫୦୦ ଟଙ୍କା
SC / ST / PWD ବର୍ଗଙ୍କ - ୨୦୦ ଟଙ୍କା

ଦରମା:

ସର୍ବନିମ୍ନ ମାସିକ ଦରମା – ୪୪,୯୦୦ ଟଙ୍କା
ସର୍ବାଧିକ ମାସିକ ଦରମା – ୧,୪୨,୪୦୦ଟଙ୍କା

ଅଧିକ ପଢ଼ନ୍ତୁ : ଯୌନ ଶୋଷଣ ମାମଲା: ସିଙ୍ଗର ସୌରିନ ଭଟ୍ଟଙ୍କୁ ଧରିବା ପାଇଁ କମିଶନରେଟ ପୋଲିସର ଚଢ଼ଉ

କିପରି କରିବେ ଆବେଦନ:

- ଅଫିସିଆଲ୍ ୱେବସାଇଟ୍ ssbodisha.ac.in କୁ ଯାଆନ୍ତୁ ।
- ହୋମ୍‌ପେଜ୍‌ରେ, “Apply online” ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ।
- ପଞ୍ଜିକରଣ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟାକୁ ଆଗକୁ ନିଅନ୍ତୁ ।
- ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
- ଶୁଳ୍କ ପୈଠ କରନ୍ତୁ ଏବଂ Submit ଉପରେ କ୍ଲିକ୍ କରନ୍ତୁ ।
- ଭବିଷ୍ୟତର ପ୍ରମାଣ ପାଇଁ ଡାଉନ୍‌ଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ ।

Share this story