ଶ୍ରୀମନ୍ଦିର ପରିସରରେ ପଶିବନି ପାନ ଓ ଗୁଟଖା, ସଂପୂର୍ଣ୍ଣ ନିଷେଧ ନେଇ ଜାରିହେଲା ନିୟମାବଳୀ ; ଜାଣନ୍ତୁ କେବେଠୁ କଡ଼ାକଡ଼ି ଭାବେ ଲାଗୁ ହେବ ନିୟମ
ଓଡ଼ିଆ ଗସିପ ବ୍ୟୁରୋ: ଆପଣ ପାନ ଓ ଗୁଟଖା ଖାଉଛନ୍ତି କି ତେବେ ସାବଧାନ । କାହିଁକି ନା ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସଂପୂର୍ଣ୍ଣ ନିଷେଧ । ଜାନୁଆରୀ ୧ ତାରିଖରୁ କଡ଼ାକଡ଼ିଭାବେ ଲାଗୁ ହେବ ଏହି ନିୟମ । ଏ ନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି ।
ପାନ, ଗୁଟଖା ଖାଇ ଶ୍ରୀମନ୍ଦିର ପରିସରକୁ ନ ଯିବା ପାଇଁ ଏବେ ଲୋକମାନଙ୍କ ସଚେତନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି । ଜାନୁଆରୀ ୧ ରୁ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଦେବାକୁ ପଡ଼ିବ ।
ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ଭକ୍ତ କି ସେବାୟତ କେହି ପାନ ଓ ଗୁଟଖା ସେବନ କରି ଶ୍ରୀମନ୍ଦିରକୁ ଯାଇପାରିବେନି । ବରାହ ପୁରାଣ ଆଧାରରେ ଏହି କଟକଣା କରାଯାଇଛି ।
ଅଧିକ ପଢ଼ନ୍ତୁ: ଆସୁଛି ବଡ଼ ବର୍ଷା, ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ...
ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ପୂର୍ବରୁ ପାଞ୍ଚଶହ ଟଙ୍କା ଜରିମାନା କରାଯାଇଥିଲେ ମଧ୍ୟ ବ୍ଯବସ୍ଥାରେ ଗତ ତ୍ରୁଟି ଯୋଗୁଁ ସଠିକ ଭାବେ କାର୍ଯ୍ଯକାରୀ ହୋଇପାରିନଥିଲା । ତେବେ ଏହା କୌଣସି କଟକଣା ନୁହେଁ ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର ।
ବରାହ ପୁରାଣ ଓ ନିଳାଦ୍ରୀ ମହୋଦୟରେ ଏହା ଉପରେ ଉଲ୍ଲେଖ ରହିଛି । ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି । ସେହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣାକୁ ଲାଗୁ କରିଥିବା ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।