ବାୟା କଲେଣି ପାକିସ୍ତାନ ସୁନ୍ଦରୀ; ଅଶ୍ଳୀଳ ଭିଡିଓ ଦେଖାଇ ଚାନ୍ଦିପୁରରୁ ଗୁପ୍ତ ତଥ୍ୟ ହାସଲ କରୁଥିଲେ ପାକ୍ ଏଜେଣ୍ଟ, ଆଉ ତା'ପରେ...

Pakistani beauty agent traps Odisha officials to get secret info of ITR Chandipur

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ହନିଟ୍ରାପ.. ପୁଣି ମନିଟ୍ରାପ୍.. ମହଙ୍ଗା ପଡ଼ିଲା ପାକିସ୍ତାନୀ ଯୁବତୀଙ୍କ ମାୟାଜାଲ । ଚିନ୍ତା ବଢ଼ାଇଥିଲା ଡିଆରଡିଓ ଭଳି ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ତଥ୍ୟ ଲିକ୍ ଆଶଙ୍କା । ଦୀର୍ଘଦିନର ନୀରବତା ପରେ ସାମ୍ନାକୁ ଆସିଛନ୍ତି ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିର ଆଉ ଜଣେ କର୍ମଚାରୀ । ଯାହାଙ୍କ ନାଁ ବାବୁରାମ ଦେ । ଯିଏ ITRର ତଥା କ୍ଷେପଣାସ୍ତ୍ର ଘାଟିର ଜଣେ ବରିଷ୍ଠ ଟେକ୍ନିକାଲ୍ ଅଧିକାରୀ । ରାୱଲପିଣ୍ଡିର ଯୁବତୀଙ୍କ ମାୟାଜାଲରେ ପଡି ଡିଆରଡିଓରୁ ତଥ୍ୟ ଲିକ୍ କରିଥିବା ଆଶଙ୍କା କରାଯାଉଛି ।

ଏହି ଅଧିକାରୀ ଜଣକ ହନିଟ୍ରାପର ଶିକାର ହୋଇଛନ୍ତି । ହନିଟ୍ରାପ୍‌ରେ ଫଶି ପାକିସ୍ତାନକୁ ଦେଉଥିଲେ ଭାରତର ଗୁପ୍ତ ତଥ୍ୟ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବାଲେଶ୍ୱର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ । ପୋଲିସ ଉକ୍ତ ଅଧିକାରୀଙ୍କୁ ଗିରଫ କରିଛି ।

ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ଅଧିକାରୀ ହେଉଛନ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର । ସେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଉଥିବା ନେଇ ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ : ଶନି ଅସନ୍ତୁଷ୍ଟ ରହିଲେ ଦେଖାଯାଏ ଏହି ପ୍ରଭାବ; ଏହି ଉପାୟରେ କରନ୍ତୁ ଶନି ପୂଜା ଦେଖିବେ ଶନି ଦଶା କଟିଯିବ...

ବାଲେଶ୍ୱର ପୋଲିସ ଉକ୍ତ ଅଧିକାରୀଙ୍କୁ ଗିରଫ କରିଛି । ପ୍ରେସମିଟ ଜରିଆରେ ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥ ଏନେଇ ସୂଚନା ଦେଇଛନ୍ତି । ପୋଲିସର କହିବାନୁଯାୟୀ ହନି ଟ୍ରାପରେ ଫସି ଉକ୍ତ ଅଧିକାରୀ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ । ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ ପାକିସ୍ତାନୀ ଏଜେଣ୍ଟ । ତେବେ ଏହି ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି ।

ପୋଲିସ ଆହୁରି ମଧ୍ୟ କହିଛି ଯେ, ସନ୍ଦେହ ଉପୁଜିବା ପରେ ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ଉକ୍ତ ଅଧିକାରୀଙ୍କ ଉପରେ ନଜର ରଖାଯାଇଥିଲା । ଏହି ହନିଟ୍ରାପ୍ ପାକିସ୍ତାନ ରାୱଲପିଣ୍ଡିରୁ ଚାଲୁଥିବା ପୋଲିସ୍ ଖବର ପାଇବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି । ଅଭିଯୁକ୍ତ ଅଧିକାରୀଙ୍କୁ ଗିରଫ କରିବା ପରେ ଏହି ଲିଙ୍କରେ ଆଉ କିଏ କିଏ ଅଛନ୍ତି ସେନେଇ ଏବେ ତଦନ୍ତ ଚାଲୁଛି ।

ପୂର୍ବରୁ ମଧ୍ୟ ଓଡ଼ିଶା ରେ ହନିଟ୍ରାପ୍‌ର ନଜିର ରହିଛି । ହନିଟ୍ରାପ୍‌ର ଶିକାର ହୋଇ ଅନେକ ଗିରଫ ହୋଇଛନ୍ତି । ସେହି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ବି ପୂର୍ବରୁ ଅନେକଙ୍କୁ ଗିରଫ କରାଯାଇଛି । ୨୦୨୧ରେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା ।

ଆହୁରି ପଢ଼ନ୍ତୁ : ଆଚାର୍ଯ୍ୟ ଚାଣକ୍ୟ ନୀତି (Chanakya Niti): ପ୍ରତ୍ୟେକ ପତ୍ନୀ ନିଜ ସ୍ବାମୀଙ୍କୁ ସାର ଜୀବନ ଲୁଚାଇ ରଖନ୍ତି ଏହି ୫ଟି ଜିନିଷ...

ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଥିଲା । ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିଲେ । ଯେଉଁମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଇଥିଲା । ଯାହାର ପକ୍କା ତଥ୍ୟ ପାଇବା ପରେ ତନାଘନା କରି ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ବସନ୍ତ ବେହେରା, ପ୍ରକାଶ ବେହେରା ଏବଂ ଶେଖ୍ ମୁସାକ୍ ।

Share this story

World Odia Language Conferene