ବୃଦ୍ଧାଙ୍କୁ ଟେକି କଚାଡି କଚାଡ଼ି ରକ୍ତାକ୍ତ କରି ମାରି ଦେଲା ପାଗଳ ଷଣ୍ଢ, ଶିକ୍ଷୟିତ୍ରୀ ଗୁରୁତର
 

Old man killed in bull attack and teacher seriously injured
ବୁଲା ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

ଓଡ଼ିଆ ଗସିପ୍ ବ୍ୟୁରୋ:ଆଜି ସକାଳେ ଏକ ବୁଲା ଷଣ୍ଢ ଆକ୍ରମଣରେ ଫୁଲ ତୋଳୁ ଥୁବା ବେଳେ ଜଣେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଉନ୍ମତ କାଣ୍ଡ ଭିଭିଆଇବା ପରେ ଉକ୍ତ ଷଣ୍ଢ ନିକଟରେ ମନ୍ଦିରକୁ ଯାଉଥୁବା ଜଣେ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରି ଗୁରୁତର କରିଛି । ଆଜି ସକାଳ ୬ ଟା ବେଳେ ଏହି ଅଘଟଣ ଘଟିଛି ଭଦ୍ରକ ସହର ଚାରମ୍ପା ନିକଟ ପଥରଆଡ଼ି ଅଂଚଳରେ ।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ପଥରଆଡ଼ି ଅଞ୍ଚଳବାସୀ ବାସୁଦେବ ପଣ୍ଡାଙ୍କ ପତ୍ନୀ ବୃଦ୍ଧା ଶାନ୍ତିଲତା ପଣ୍ଡା(୭୩)ଫୁଲ ତୋଳୁ ଥୁବା ବେଳେ ଅତର୍କିତ ଭାବେ କ୍ଷତ ବିକ୍ଷତ କରି ଆକ୍ରମଣ କରିଥିଲା । ନିମିଷକେ ମଧ୍ୟରେ ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡ କରି ଏହି ମାରଣା ଷଣ୍ଢଟି ସମ୍ପୃକ୍ତ ଅଞ୍ଚଳବାସୀ ଶିକ୍ଷୟିତ୍ରୀ ସାଇ ପ୍ରସନା ଦାସ(୪୯)ମନ୍ଦିର ଯାଉଥିବା ବେଳେ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଥିଲା ।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟ୍ରମା କେୟାରରେ ଭର୍ତ୍ତି କରାଯାଇଛି । ତାଙ୍କ ଜଙ୍ଘ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ବୃଦ୍ଧାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀରକୁ ବ୍ୟବଚ୍ଛେଦ ଲାଗି ଡାକ୍ତର ଖାନା କୁ ଅଣାଯାଇଛି । 

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

ଅନ୍ୟପକ୍ଷରେ ଉକ୍ତ ମାରଣା ବୁଲା ଷଣ୍ଢକୁ ଭଦ୍ରକ ଦମକଳ ବାହିନୀ କାବୁ କରି ଥିବା ସୂଚନା ମିଳିଛି । ଭଦ୍ରକ ସହର ଓ ସହର ଉପକଣ୍ଠରେ ଗତ କିଛି ବର୍ଷ ହେବ ଅବାଧରେ ବୁଲା ଗାଈଗୋରୁ, ଷେଣ୍ଢ ଓ କୁକୁରଙ୍କ ବିଚରଣ ଜଣ ସାଧରଣଙ୍କ ଯାତାୟାତରେ ବିପଦ ସୃଷ୍ଟି କରୁଛି ।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!
 

Share this story