ଆଜିଠୁ ପ୍ରଥମ ପର୍ଯ୍ୟାୟ ନିଲାମ, ୨୦ ଗୁରୁତ୍ବପୂର୍ଣ୍ଣ ଖଣି ପାଇଁ ଡକାଯିବ ନିଲାମ

ଓଡ଼ିଆ ଗସିପ୍ ବ୍ୟୁରୋ: ନଭେମ୍ବର ୨୯ ବା ବୁଧବାରଠାରୁ ପ୍ରଥମ ପର୍ଯ୍ୟାୟ ଖଣି ନିଲାମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଥମ ଥର ପାଇଁ ଲିଥିୟମ, ଗ୍ରାଫାଇଟ ଭଳି ମହତ୍ବପୂର୍ଣ୍ଣ ଖଣିଜ ପଦାର୍ଥର ନିଲାମ କରାଯିବ।ପ୍ରଥମ ପର୍ଯ୍ୟାୟରେ ୨୦ ଗୁରୁତ୍ବପୂର୍ଣ୍ଣ ଖଣି ପାଇଁ ନିଲାମ ଡକାଯିବ। ଏ ନେଇ ଖଣି ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...
କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଅନ୍ଲାଇନ ଖଣି ନିଲାମ ପକ୍ରିୟାର ଶୁଭାରମ୍ଭ କରିବେ। ଏଥିରେ ଦେଶରେ ଥିବା ସମୁଦାୟ ୨୦ ଟି ମହତ୍ବପୂର୍ଣ୍ଣ ଖଣିକୁ ନିଲାମରେ ରଖାଯିବ।ଖଣି ମନ୍ତ୍ରାଳୟ ଅନୁଯାୟୀ, ଏହି ଐତିହାସିକ ପଦକ୍ଷେପ ଦ୍ବାରା ଦେଶର ଅର୍ଥବ୍ୟବସ୍ଥା ସୁଦୃଢ଼ ହେବ। ଜୁଲାଇ ୨୦୨୩ରେ ସରକାର ଏମ୍ଏମ୍ଡିଆର୍ ଆଇନରେ ସଂଶୋଧନ କରିବାକୁ ମଞ୍ଜୁରୀ ଦେଇଥିଲେ। ଯାହାପରେ ଲିଥିୟମ ଖଣିର ନିଲାମ ବାଟ ଫିଟିଥିଲା।
ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!