ବସ ଧର୍ମଘଟ ନିଷ୍ପତ୍ତିକୁ ନେଇ ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘର ବଡ ଘୋଷଣା...

ଓଡ଼ିଆ ଗସିପ୍ ବ୍ୟୁରୋ: ଖାରବେଳ ଭବନରେ ପରିବହନ ବିଭାଗ ଓ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ପରିବହନ ବିଭାଗର ସଚିବ, ଯୁଗ୍ମ ସଚିବ, ମୋ ବସର ପ୍ରତିନିଧି ଉପସ୍ଥିତ ଥିଲେ। ଘୋରଇ ବସ ମାଲିକ ସଂଘ ସହିତ ଆଲୋଚନା ସଫଳ ହୋଇଛି। ସଂଘ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁ ନାହାନ୍ତି। ବସ୍ ମାଲିକଙ୍କ ଯାହା ଦାବି ଯାହା ଅଛି ଲିଖିତ ଆକାରରେ ଦିଅନ୍ତୁ ବୋଲି ମନ୍ତ୍ରୀ କହିଥିଲେ।
ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...
ଲକ୍ଷ୍ମୀ ଯୋଜନା ଲୋକଙ୍କ ଆର୍ଥିକ ବିକାଶ ଦିଗରେ ସୁବିଧା ହେଉଛି। ଆଲୋଚନାରେ ସମସ୍ୟା ସମାଧାନ ହେବ। ଆନ୍ଦୋଳନ ନ ଯାଇ ସରକାରଙ୍କୁ ସହଯୋଗ କରନ୍ତୁ। ବସ୍ ମାଲିକଙ୍କ ସମସ୍ୟା ଯାହା ଅଛି ଲିଖିତ ଭାବରେ ଦିଅନ୍ତୁ। ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ଅଲୋଚନା ସଫଳ ପରେ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିଛି ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଙ୍ଘ ।
ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!