Maha Bisuba Sankranti: ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ପରମ୍ପରାର ନୟନ, ମନ୍ଦିର ଯାଇ ଭବ୍ୟ ପୂଜା କଲେ ଶ୍ରଦ୍ଧାଳୁ
ଓଡ଼ିଆ ଗସିପ ବ୍ୟୁରୋ: ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତୀ ଓ ଓଡ଼ିଆ ନବବର୍ଷ । ଘରେ ଘରେ ଜମିବ ପଣାର ଆସର । ତୁଳସୀ ଚଉରା ମୂଳେ ଲାଗି ହେବ ପଣା । ଗାଁଠୁ ସହର ଯାଏଁ ପାଳନ ହେବ ଓଡ଼ିଆ ସଂସ୍କୃତିର ଏ ମହାନ ପରମ୍ପରା । ସେପଟେ ଆଜି ପାଳନ ହେଉଛି ଓଡ଼ିଆ ନୂଆବର୍ଷ । ଓଡ଼ିଆ ନୂଆବର୍ଷକୁ ଧୂମଧାମରେ ପାଳନ କରୁଛନ୍ତି ରାଜ୍ୟବାସୀ । ଏଥିପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବିଶେଷ ଆୟୋଜନ ହୋଇଛି ।
ଆଜି ଭୁବନେଶ୍ୱର ଏବଂ ଏହାର ଆଖପାଖରେ ଶ୍ରଦ୍ଧାଳୁ ମନ୍ଦିର ଯାଇ ଅତି ଭବ୍ୟ ପୂଜା କରିଛନ୍ତି । ପ୍ରଭୁଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଆଗାମୀ ଦିନ ମାନଙ୍କ କେମିତି ହସ ଉଲ୍ଲାସ ରେ କଟିବ ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ।
ଆଜିଠୁ ଓଡ଼ିଶାର ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହେଉଛି । ସେପଟେ ହନୁମାନଙ୍କ ଜୟନ୍ତୀ ପାଇଁ, ସାରା ରାଜ୍ୟରେ ଲାଗି ରହିବ ଉତ୍ସବମୁଖର ପରିବେଶ । କଟକ ଓ ସମ୍ବଲପୁର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ବି ହନୁମାନ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା ବାହାରିବ । ଏହାକୁ ଦୃଷ୍ଟିରେ ଏସବୁ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
.png)
