ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ 

Odisha Govt Effects IPS Reshuffle
ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଉତ୍ତର ପୂର୍ବାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିବା  ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ଡ.ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। 

ଆଧିକ ପଢନ୍ତୁ :ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୁବ୍ ଶୀଘ୍ର ମେଷ ସହ ଧନୀ ହେବାକୁ ଯାଉଛନ୍ତି ଏହି ୪ ରାଶିର ବ୍ୟକ୍ତି!

ଅନ୍ୟପଟେ ପୂର୍ବାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିବା ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ସତ୍ୟବ୍ରତ ଭୋଇଙ୍କୁ ଉତ୍ତର ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ଏଥି ସହିତ ଆଇପିଏସ୍‌ ସତ୍ୟବ୍ରତ ଭୋଇଙ୍କୁ ପୁଲିସ ଟ୍ରେନିଂ ସେଣ୍ଟରର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ଆଧିକ ପଢନ୍ତୁ : ମଙ୍ଗଳ ଓ ଶୁକ୍ରଙ୍କ ହେବ ମହାସଂଯୋଗ, ଖୁବ ଶୀଘ୍ର ମାଲାମାଲ ହେବେ ଏହି ୩ ରାଶି !

ସେହିପରି ବର୍ତ୍ତମାନ କେନ୍ଦ୍ରାପଡା ଏସପି ଥିବା ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ବି.ଯୁଗଳ କୁମାରଙ୍କୁ ଖୋର୍ଦ୍ଧା ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ୨୦୧୭ ବ୍ୟାଚ୍‌ର ଆଇପିଏସ୍‌ ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡା ଏସ୍‌ପି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।

ଆଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ସହ ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story