ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ନବୀନ, ଏଣିକି ଏମାନଙ୍କୁ ମାସକୁ ମିଳିବ ୫୦୦୦

Odisha CM announces special allowance for ambulance crew
ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ଼ ଘୋଷଣା
 

ଓଡ଼ିଆ ଗସିପ୍ ବ୍ୟୁରୋ: ନବୀନ ସରକାର ପୁଣି ଏକ ବଡ଼ ଘୋଷଣା କରିଛନ୍ତି । ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମିଳିବ ସ୍ବତନ୍ତ୍ର ଭତ୍ତା। ଆମ୍ବୁଲାନ୍ସ ଡ୍ରାଇଭର, ଇଏମଟିଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଏବଂ ହେଲପରମାନଙ୍କ ଭତ୍ତା ମାସିକ ୩ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ଫେବ୍ରୁଆରୀରୁ ଏହା ଲାଗୁ ହେବ। ବେସିକ ଦରମା ବାଦ ସେମାନେ ଏହି ଭତ୍ତା ପାଇବେ। ଏହି ଅର୍ଥ ରାଜ୍ୟ ଆମ୍ବୁଲାନ୍ସ ଷ୍ଟାଫ ପାଣ୍ଠିରୁ ପ୍ରଦାନ କରାଯିବ।

ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍

ବିଭିନ୍ନ ଜିଲ୍ଲାଗସ୍ତ କାଳରେ ଭତ୍ତା ବଢାଇବା ଲାଗି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିକଟରେ ଅନୁରୋଧ କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ଜରୁରୀ ମେଡିକାଲ ଆମ୍ବୁଲାନ୍ସ ସେବା ପାଲଟିଛି ଲାଇଫଲାଇନ। ମାର୍ଚ୍ଚ ୨୦୧୩ରୁ ଏହି ସେବା ଆରମ୍ଭ ହୋଇଛି। 

ଅଧିକ ପଢନ୍ତୁ :୫ ବର୍ଷ ପରେ ଧନ ଶକ୍ତି ଯୋଗ, ଏହି ୩ଟି ରାଶିଙ୍କ ଉପରେ ହେବ ଧନ ବର୍ଷା!

ରାଜ୍ଯରେ ବର୍ତ୍ତମାନ ୪୧୧ ଏଏଲଏସ ଆମ୍ବୁଲାନ୍ସ ସମେତ ୧୩୬୬ଟି ଆମ୍ବୁଲାନସ ଓ ୬ଟି ବୋଟ ଆମ୍ବୁଲାନ୍ସ ରହିଛି। ପ୍ରତିମାସରେ ପ୍ରାୟ ୧ ଲକ୍ଷ ୩୦ ହଜାର ରୋଗୀଙ୍କୁ ସେବା ଯୋଗାଉଛି ୧୦୮ ଆମ୍ବୁଲାନ୍ସ। ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟମା, କୋଭିଡ କାଳରେ ଆମ୍ବୁଲାନ୍ସ ସେବାର ଉଦାହରଣ ଅନନ୍ୟ।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ମନ ଅସ୍ଥିର ରହିବା ସହ ପରିବାରରେ ବିବାଦ ଦେଖାଦେବ! ପଢନ୍ତୁ ଆଜିର ରାଶିଫଳ  
 

Share this story