ଗାଁରେ ପହଞ୍ଚିଲା ସହିଦ ହୋଇଥିବା ମାଓବାଦୀଙ୍କ ଆକ୍ରମଣରେ ସୁଶାନ୍ତଙ୍କ ପାର୍ଥିବ ଶରୀର: ନେବେ ଶେଷ ବିଦାୟ

Odia Jawan Martyred in Naxal Attack in Jharkhand
ଗାଁରେ ପହଞ୍ଚିଲା ସହିଦ ହୋଇଥିବା ମାଓବାଦୀଙ୍କ ଆକ୍ରମଣରେ ସୁଶାନ୍ତଙ୍କ ପାର୍ଥିବ ଶରୀର: ନେବେ ଶେଷ ବିଦାୟ

ଓଡ଼ିଆ ଗସିପ୍ ବ୍ୟୁରୋ: ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ପୁଅ ସହିଦ ହୋଇଛନ୍ତି । ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ । ଛାତିରେ ୭ଟି ଗୁଳି ବାଜିବା ପରେ ସେ ଯୁଦ୍ଧଭୂମିରେ ବୀରଗତି ପ୍ରାପ୍ତ ହୋଇଛନ୍ତି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ଯବାନ ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତ ଖୁଣ୍ଟିଆ ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଛନ୍ତି । ମାଟି ମା’ର ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଗତ ଜୁନ ମାସ ୨ ତାରିଖରେ ସେ ବିବାହ କରିଥିଲେ । ତାଙ୍କର ମାଆ ଏବେ ରାଜଧାନୀ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ଗତ ୨୦୨୦ ମସିହା ଫେବୃଆରୀ ମାସ ୭ ତାରିଖରେ ସୁଶାନ୍ତଙ୍କ ପିତା ଆତୁଳ ଖୁଣ୍ଡିଆଙ୍କ ପରଲୋକ ଘଟିଥିଲା । ଏହାପରେ ୨୦୨୨ ମସିହାରେ ମଝିଆଁ ଭାଇ କ୍ୟାନସରରେ ପ୍ରାଣ ହରାଇଥିଲେ । ଜାମସେଦପୁରରେ ଚାକିରି କରୁଥିବା ସମୟରେ ଚଳିତ ବର୍ଷ ଜାନୁଆରୀରେ ବଡ଼ ଭାଇ ମୃତ୍ୟୁବରଣ କରିଥିଲେ । ବଡ଼ ଦୁଃଖର ସହ କହିବାକୁ ପଡୁଛି ଯେ, ୨ ବର୍ଷରେ ଲିଭି ଯାଇଛି ତାଙ୍କ ପରିବାରର ୪ ଜୀବନ ଦୀପ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ସହିଦ ଓଡ଼ିଆ ପୁଅ ସୁଶାନ୍ତଙ୍କ ମରଶରୀର ବର୍ତ୍ତମାନ ତାଙ୍କ ଜନ୍ମମାଟିରେ ପହଞ୍ଚିଛି । ନକ୍ସଲଙ୍କ ଗୁଳିରେ ସହିଦ ହେବା ପରେ ଆଜି ତାଙ୍କୁ ଶେଷ ବିଦାୟ ଦେବ ନିଜ ଗାଁ । ତେଣୁ ତାଙ୍କ ପାର୍ଥିବ ଶରୀରକୁ ସସମ୍ମାନେ ଆନନ୍ଦପୁରକୁ ଅଣାଯାଇଛି । ଏଠାରେ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ଶେଷ ଦର୍ଶନ ପରେ ତାଙ୍କୁ ସମ୍ମାନର ସହିତ ଅନ୍ତିମ ବିଦାୟ ଦିଆଯିବ ।
 

Share this story