ପୋଲିସ ଏନକାଉଣ୍ଟରକୁ ଆଉ ନାହିଁ ଭୟ: ରାସ୍ତା ମଝିରେ ଠେଙ୍ଗା ଧରି ଯୁବକ ଓ ଯୁବତୀଙ୍କୁ ଅତି ନିର୍ମମ ଭାବେ ପିଟିଲେ ଦୁର୍ବୃତ୍ତ
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି): ଗତକାଲି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଏନକାଉଣ୍ଟର ଜୋର କରିବା ପାଇଁ ଆଦେଶ ଦେଇଥିଲେ । ଏନକାଉଣ୍ଟର କରି ବାଃ ବାଃ ବି ନେଲେ ଡିଜିପି । ହେଲେ ସବୁ ଆଜିର ଏକ ଘଟଣା ପୋଲିସ ଏନକାଉଣ୍ଟର ଭୟ କୁ ଫୁସ କରିଦେଇଛି । ଅପରାଧୀ ଡରିବେ ବା କଣ ପୁଣି ବାଲିଅନ୍ତା ପରି ସଙ୍ଗୀନ କାଣ୍ଡ ଭିଆଇଛନ୍ତି । ନାଁ ଡିଜିଙ୍କ ଚେତାବନୀ ଡର ଅଛି ନା ଖାତିର । ଆହୁରି ରକ୍ତମୁଖା ହୋଇଛନ୍ତି ଦୁର୍ବୃତ୍ତ ।
ସୂଚନା ମୁତାବକ, ରବିବାର ବ୍ରହ୍ମପୁରର ଲାଞ୍ଜିପଲ୍ଲୀରେ ଜଣେ ପେଷାଦାର ଅପରାଧୀଙ୍କୁ ଏନ୍କାଉଣ୍ଟର କରି ବାହାବା ନେବାର ୨୪ ଘଣ୍ଟା ନପୂରୁଣୁ ବ୍ରହ୍ମପୁରର ଜନଗହଳି ପୂର୍ଣ୍ଣ ଗିରିରୋଡ଼ ରେ ଜଣେ ଯୁବକ ଓ ଯୁବତୀଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରି ଦୁଇ ଜଣ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି ।
ସୋମବାର ରାତି ପ୍ରାୟ ୯ଟା ବେଳେ ମାଡ଼ଖାଇଥିବା ଯୁବକ ଓ ତାଙ୍କର ବାନ୍ଧବୀ ଗିରିରୋଡ଼ ରେ ରାସ୍ତାକଡ଼ରେ ଥିବା ଏକ ଫାଷ୍ଟ୍ଫୁଡ୍ କେନ୍ଦ୍ରକୁ ଖାଇବାକୁ ଆସିଥିଲେ। ଏହି ସମୟରେ ଦୁଇଜଣ ଯୁବକ ହକିଷ୍ଟିକ୍ ଓ ଠେଙ୍ଗା ଧରି ସେଠାରେ ପହଞ୍ଚି ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଯୁବକ ଜଣକ ତଳେ ପଡ଼ି ସହାୟତା ପାଇଁ ଚିତ୍କାର କରୁଥିବା ବେଳେ ଯୁବତୀ ଜଣକ ମଧ୍ୟ ତାଙ୍କୁ ବଂଚେଇବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ ।
ଅଧିକ ପଢ଼ନ୍ତୁ: ‘ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହ’: ଅପରାଧୀଙ୍କୁ ଓଡ଼ିଶା ଡିଜିପିଙ୍କ କଡ଼ା ଚେତାବନୀ
କିନ୍ତୁ ଆକ୍ରମଣକାରୀ ଯୁବକମାନେ କୌଣସି କଥା ନଶୁଣି ଉଭୟଙ୍କୁ ଆଖିବୁଜା ମାଡ଼ ମାରିଚାଲିଥିଲେ। ଜଣେ ଆକ୍ରମଣକାରୀ ଠେଙ୍ଗାରେ ତଳେ ପଡ଼ିଥିବା ଯୁବକଙ୍କ ମୁଣ୍ଡ ଓ ପିଠିକୁ ମାଡ଼ ମାରୁଥିବା ବେଳେ ଅନ୍ୟଜଣେ ଗୋଡ଼ ଉପରେ ପାହାର ଉପରେ ପାହାର କରିଚାଲୁଥିଲେ । ଏହି ଘଟଣା ଆଖପାଖର ଶତାଧିକ ଲୋକ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିବା କିମ୍ବା ଯୁବକ-ଯୁବତୀଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିନଥିଲେ ।
ଏହି ଘଟଣାରେ ସୂଚନା ପାଇଁ ପୋଲିସ ଛାନଭିନ୍ ଆରମ୍ଭ କରିଛି । କିନ୍ତୁ ଭିଡ଼ିଓଟି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୋଲିସର ତତ୍ପରତାରେ ବିଳମ୍ବ ଓ ଦେଖଣାହାରି ମାନସିକତାକୁ ନେଇ ତୀବ୍ର ସମାଲୋଚନା ଓ ଉଦ୍ବେଗ ପ୍ରକାଶ ପାଇଛି ।
କିଛିଦିନ ତଳେ କଣାସ, କେନ୍ଦ୍ରାପଡା ଓ ବାଲିଅନ୍ତା ଘଟଣା ଓଡ଼ିଶା ପୋଲିସର ପାରିବାପାଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ମଧ୍ୟ ଏକପ୍ରକାର ଅଡ଼ୁଆ ପରିସ୍ଥିତି ଦେଇ ଗତି କରୁଛନ୍ତି । ଆଇନ ଶୃଙ୍ଖଳା ସ୍ଥିତି ଦେଖିବା ପରେ କଡା ଭାଷାରେ ଡିଜିପିଙ୍କୁ ତାଗିଦ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିନ୍ତୁ ଏତେ ସବୁ ପରେ ମଧ୍ୟ ପୋଲିସ ନାଚାର । ଅପରାଧ ହଲ୍ଲାବୋଲ ଡାକରା ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଏ ଅପରାଧୀ ସାବାଡ଼ ହେଉଛନ୍ତି ଆଉ ଓଡ଼ିଶାରେ ଶାନ୍ତି ଫେରୁଛି ।
.png)
