ଢେଙ୍କାନାଳରେ ଆଶ୍ଚର୍ଯ୍ୟକର ଘଟଣା ! ନବଜାତ ଛୁଆକୁ ମୃତ ଘୋଷଣା କରିଥିଲେ ଡାକ୍ତର; ପୋତିବାକୁ ନେବା ବେଳେ ଜୀବିତ ହୋଇଗଲା ଶିଶୁ, ଆଉ ତା'ପରେ...

new born baby gets life after declared dead by doctor

ଓଡ଼ିଆ ଗସିପ ବ୍ୟୁରୋ: ମୃତ ପିଲା ହେଲା ଜୀବିତ । ଡାକ୍ତର ମୃତ ଘୋଷଣା କରିବା ପରେ ଜୀବିତ ହେଲା ଶିଶୁ । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଖମାର ସାହି ଅଞ୍ଚଳରେ । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏକ ନବଜାତକର ମୃତ୍ୟୁ ହୋଇଥିବା ଜଣାଇଥିଲେ ଡାକ୍ତର ।

ଏପରିକି ପିଲାର ମା’ ଅସୁସ୍ଥ ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ପରିବାର ଲୋକେ ମୃତ ଘୋଷିତ ପିଲାଟିକୁ ନେଇ ପୋତିବାକୁ ଯାଇଥିଲେ । ହେଲେ ସେଠାରେ ମୃତ ପିଲାଟି ହଲଚଲ ହେବା ସହିତ ହୃତସ୍ପନ୍ଦନ ଚାଲୁଥିବାର ଜଣପଡିଥିଲା ।

ସେଠାରୁ ତୁରନ୍ତ ପରିବାର ଲୋକେ ପିଲାଟିକୁ ନେଇ ଡାକ୍ତରଖାନା ପହଞ୍ଚିଥିଲେ । ପିଲାଟିକୁ ଏସଏନସିୟୁ (SNCU) ରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ଶିଶୁଟି ବଞ୍ଚିଥିବା ଘଟଣା ସ୍ପଷ୍ଟ ହୋଇଥିଲା । ତେବେ ଏହି ଘଟଣା ନେଇ ପରିବାର ଲୋକେ ଡାକ୍ତରଙ୍କୁ ଦାୟୀ କରିଥିବା ବେଳେ ମେଡିକାଲରେ ଉତେଜନା ଦେଖିବାକୁ ମିଳିଥିଲା । ସେପଟେ କିନ୍ତୁ ଶିଶୁଟିକୁ ମୃତ୍ୟୁ ଘୋଷଣା କରାଯାଇନଥିବା କହିଛନ୍ତି ଦାୟିତ୍ୱରେ ଥିବା ଡାକ୍ତର ।

ଆହୁରି ପଢ଼ନ୍ତୁ : ମରିଯାଉଛି ମାନବିକତା : ମୃତ୍ୟୁ ପରେ ବି ଝିଅର ଶବ ସହ ଦୁଷ୍କର୍ମ ଭୟରେ କବରରେ ତାଲା ପକାଉଛନ୍ତି ବାପା-ମା

ଆହୁରି ପଢ଼ନ୍ତୁ : ବେଡରୁମରେ ଝୁଲି ପଡିଲେ ମହିଳା ଫ୍ୟାଶନ୍ ଡିଜାଇନର୍, ଦିନକ ପୂର୍ବରୁ ଇନଷ୍ଟାରେ ପୋଷ୍ଟ କରିଥିଲେ ଭିଡିଓ ଆଉ କହିଥିଲେ...

ସୂଚନା ମୁତାବକ, ଗତକାଲି ସକାଳେ ଢେଙ୍କାନାଳ ସହର ଖମାର ସାହିର କୁନା ପ୍ରଧାନଙ୍କ ସ୍ତ୍ରୀ ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସମୟ ପୂର୍ବରୁ ପିଲାଟି ଜନ୍ମ ହୋଇଥିବାରୁ ପ୍ରସୃତି ଗୁରୁତର ହୋଇ ପଡ଼ିଥିଲେ ।

ଅନ୍ୟପଟେ ପିଲାଟିର ମୃତ୍ୟୁ ହୋଇଥିବା କହିବା ସହ ମାଆର ଅଧିକ ଚିକିତ୍ସା ପାଇଁ କଟକକୁ ରେଫର୍ କରାଯାଇଥିଲା । ଗୁରୁତର ଅବସ୍ଥାରେ ଶିଶୁର ମା' କଟକ ସ୍ଥାନାନ୍ତର ହୋଇଥିବା ବେଳେ ଶିଶୁଟିକୁ ପରିବାର ଲୋକେ ଘରକୁ ନେଇଯାଇଥିଲେ । ହେଲେ ପ୍ରାୟ ୫ଘଣ୍ଟା ପରେ ଶିଶୁଟି ବଞ୍ଚିଥିବାର ଜାଣିବା ପରେ ତାକୁ ପୁଣି ଢେଙ୍କାନାଳ ହସ୍ପିଟାଲକୁ ଆଣିଥିଲେ ପରିବାର ଲୋକେ । ତା’ପରେ ନବଜାତକକୁ ସ୍ୱତନ୍ତ୍ର ନବଜାତ ଯତ୍ନ ବିଭାଗ ବା SNCU ରେ ଭର୍ତ୍ତି କରାଯାଇଥିଲା ।

Share this story