ସୁଟ୍କେଶ ଭିତରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ଆସିଲା ରୋଚକ ତଥ୍ୟ; ନିର୍ଯାତନା ଅସହ୍ୟ ହେବାରୁ ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ
ଓଡିଆ ଗସିପ୍ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀରେ ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦାଫାସ କରିଛଇ ପୁଲିସ । ମୃତକ ମନୋରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ମିଲି ହିଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଏ ନେଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ମିଲିଙ୍କ କହିବା ଅନୁଯାୟୀ, ସ୍ୱାମୀ ମନୋରଞ୍ଜନ ତାଙ୍କୁ ସବୁବେଳେ ମାରପିଟ କରୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ ମିଲି ଏଭଳି ପଦକ୍ଷେପ ନେଇଛନ୍ତି ।
ସେ ହିଁ ତାଙ୍କ ଭାଇଙ୍କ ସହାୟତାରେ ମନୋରଞ୍ଜନ ମହାପାତ୍ରଙ୍କୁ ହତ୍ୟା କରିଛନ୍ତି । ପୂର୍ବରୁ ଆଜି ଘଟଣାର ସିନ୍ ରିକ୍ରିଏସନ କରିଛି ପୁଲିସ ।
ଏଠି କ୍ଲିକ କରି ଅଧିକ ପଢନ୍ତୁ: ମାଳିସାହିରୁ କେମିତି ଖୋଜିବେ ଏବଂ ନିଜର ଯୌନ ଇଚ୍ଛା କିପରି ମେଣ୍ଟେଇବେ? ଏପରି କିଛି ଉତ୍ତର ଦେଲେ ଦେହଜୀବୀ ପୂଜା...
ସୂଚନା ଅନୁଯାୟୀ, ରବିବାର ଦିନ ହରିପୁର ଫରେଷ୍ଟ ଜଙ୍ଗଲରେ ଏକ ସୁଟକେଶ୍ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ନାଚୁଣୀ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍କେଶକୁ ଜବତ କରିଥିଲା ।
ସୁଟ୍କେସ୍କୁ ଯାଞ୍ଚ ବେଳେ ଜଣେ ଯୁବକଙ୍କ ମୃତଦେହ ଥିବାର ଦେଖିବାକୁ ମିଳିଛି । ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ସୁଟକେଶ୍ ଭିତିରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଇଥିଲା ।