ପରିବାରର କାହା ସହିତ ମ୍ୟାଚ୍ କରୁନି ଲିଭର, ଦିଲ୍ଲୀରୁ ହାଇଦ୍ରାବାଦ ଯିବେ ଅଭିନେତା ପିଣ୍ଟୁ ନନ୍ଦ, ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ- ଶ୍ରୀତମ ଦାସ
ଓଡ଼ିଆ ଗସିପ ବ୍ୟୁରୋ: ଦିଲ୍ଲୀରୁ ହାଇଦ୍ରାବାଦ ଯିବେ ଅଭିନେତା ପିଣ୍ଟୁ ନନ୍ଦ । ଅଧିକ ଚିକିତ୍ସା ଲାଗି ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥିତ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପରିବାରର କାହା ସହିତ ପିଣ୍ଟୁଙ୍କ ଲିଭର ମ୍ୟାଚ୍ କରୁନାହିଁ । ତେଣୁ ହାଇଦ୍ରାବାଦ୍ର କାଡ୍ଭ୍ରାରିକ୍ ଟ୍ରିଟମେଣ୍ଟ ପାଇଁ ହାଇଦ୍ରାବାଦ ନିଆଯାଉଛି ।
ସୂଚନାଯୋଗ୍ୟ ଯେ, ଲିଭର ସିରୋସିସ୍ ରୋଗରେ ପୀଡିତ ଅଛନ୍ତି ଓଲିଉଡ୍ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ପରେ ଗତ ୭ ତାରିଖ ଦିନ ଅଧିକ ଚିକିତ୍ସା ଲାଗି ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା ।
ହେଲେ ଏବେ ପରିବାରର କାହା ସହିତ ପିଣ୍ଟୁଙ୍କର ଲିଭର ମ୍ୟାଚ୍ କରୁନାହିଁ । ଯାହା ଫଳରେ ତାଙ୍କୁ କାଡ୍ଭ୍ରାରିକ୍ ଟ୍ରିଟ୍ମେଣ୍ଟ ପାଇଁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା କରାଯିବ । ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଏନେଇ ସୋସିଆଲ୍ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ ସହ ସହାୟତାର ହାତ ବଢାଇବା ପାଇଁ ନିବେଦନ କରିଥିଲେ ପରିବାର ଓ ଶୁଭେଚ୍ଛୁ ।
ଆହୁରି ପଢ଼ନ୍ତୁ : ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ ସାଜେ କି କଳିର କାରଣ? ଉଭୟଙ୍କ ଭିତରେ କେତେ ପାର୍ଥକ୍ୟ ରହିବା ଦରକାର; ଜାଣନ୍ତୁ ରିସର୍ଚ୍ଚ କଣ କହୁଛି...
ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ, ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି । ପିଣ୍ଟୁ ଶତାଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ହେଲା ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର, ଦୋସ୍ତି, ପ୍ରେମ ଋତୁ ଆସିଲା ରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ‘ଲଭ୍ ଏକ୍ସପ୍ରେସ୍’ ଆଦି। ତାଙ୍କ ଅଭିନୀତ ଆଲବମ୍ ଏ ଗଉରା… ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା ।
ପିଣ୍ଟୁ ନନ୍ଦ ଓଲିଉଡର ଅଧିକାଂଶ ଆଗଧାଡ଼ିର ନିର୍ଦେଶକଙ୍କ ସହ କାମ କରିଛନ୍ତି । ଏମାନଙ୍କ ଭିତରେ ସବ୍ୟସାଚୀ ମହାପାତ୍ର, ସଂଗ୍ରାମ ବିଶ୍ବାଳ, ହର ପଟ୍ଟନାୟକ, ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁମୋହନ ସାହୁ, ସଞ୍ଜୟ ନାୟକ, ଅଶୋକ ପତି, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ , ଦିଲୀପ ପଣ୍ଡା ଓ ତାପସ ସରଘରିଆ ପ୍ରମୁଖଙ୍କ ନାମ ରହିଛି ।