କଂଗ୍ରେସ ଦଳରୁ ବିଧାୟକ ମହମ୍ମଦ ମୋକିମ୍ ସସ୍‌ପେଣ୍ଡ

Mohd Moquim and Chiranjib Biswal suspended from Odisha Congress

ଓଡ଼ିଆ ଗସିପ୍ ବ୍ୟୁରୋ: କଂଗ୍ରେସ ଦଳରୁ ନିଲମ୍ବିତ ହେଲେ କଟକ ବାରବାଟୀ ବିଧାୟକ । ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍‌ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ସେହିପରି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍‌ପେଣ୍ଡ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟର ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା: ଘରୁ ବାହାରି ହେଉନି, ଲୋକେ ହଇରାଣ

ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍‌ପେଣ୍ଡ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍‌ପେଣ୍ଡ ହୋଇଛନ୍ତି ବୋଲି ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ସତ କହିଲା ଗୋପାଳ: ନବ ଦାସଙ୍କୁ ହତ୍ୟା କରିବାକୁ ସାଜିଥିଲା ଗୁଣ୍ଡା 

 ପୂର୍ବରୁ ଉଭୟ ନେତା କଂଗ୍ରେସ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ। ଯାହାକୁ ନେଇ ଉଭୟଙ୍କ ଠାରୁ ଏକ୍ସପ୍ଲାନେସନ ମଧ୍ୟ ମଗାଯାଇଥିଲା । ମଗାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଉଭୟ ନେତା ।

ଅଧିକ ପଢ଼ନ୍ତୁ: କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ

ହେଲେ ଉଭୟଙ୍କଠାରୁ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିବା କହିଛି ଡିଏସି । ତେଣୁ ଉଭୟଙ୍କୁ ସସ୍‌ପେଣ୍ଡ ନେଇ ଡିସିପ୍ଲିନାରୀ ଆକ୍ସନ କମିଟିର ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି ।

 

Share this story