ଓଡିଶା ସରକାରଙ୍କ ନୂଆ ନିଷ୍ପତି : ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ’ ବସ୍

MO Bus will roll in village roads

ଓଡ଼ିଆ ଗସିପ ବ୍ୟୁରୋ : ଗାଁରୁ ସହର ଓ ରାଜଧାନୀକୁ ଗମନାଗମନ ବ୍ୟବସ୍ଥାରେ ଆସିବ ରୂପାନ୍ତରଣ । ଗାଁରେ ପହଞ୍ଚିବ ସରକାରୀ ଗାଡ଼ି । ବଦଳିବ ସାର୍ବଜନୀନ ପରିବହନ ବ୍ୟବସ୍ଥାର ଚେହେରା । ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ରାଉରକେଲା ଭଳି ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍‌ ସୁବିଧା ମିଳିପାରିବ ।

ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଯାଉଥିଲେ କମ୍‌ ଟଙ୍କା ଦେଇ ମୋ ବସ୍‌ରେ ଯିବା ଆସିବା କରିପାରିବେ । ରାଜ୍ୟ ସରକାର ଏନେଇ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଦେଇଛନ୍ତି । ଗ୍ରାମାଞ୍ଚଳରେ ମୋ ବସ୍‌ ସେବା ନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ଏହି ବଡ଼ କାରଣ ପାଇଁ ବୁଡ଼ିଯିବ ଏଲ୍‌ଆଇସି, ଇପିଏଫ୍‌ଓର ଅର୍ଥ; ସାବଧାନ!

ଏଣିକି ଗ୍ରାମାଞ୍ଚଳରେ ମଧ୍ୟ ଚାଲିବ ‘ମୋ ବସ୍’ । ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ପରିବହନ ସୁବିଧା ମିଳିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ ଟି ଜିଲ୍ଲା – କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି,କଳାହାଣ୍ଡି ଓ ଗଜପତି ଜିଲ୍ଲାର ବ୍ଲକରୁ ପ୍ରତି ପଞ୍ଚାୟତକୁ ଗଡିବ ମୋ ବସ୍ ।

ରାଜ୍ୟ ପରିବହନ ସଚିବ ଉଷା ପାଢ଼ୀ ଏହି ସୂଚନା ଦେଇଛନ୍ତି । କିଛି ଦିନ ତଳେ ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ସହରାଞ୍ଚଳରେ ମଧ୍ୟ ମୋ ବସ୍ ଚଲାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

Share this story