୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା: ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଦେଲେ ସୁନ୍ଦରଗଡ଼ ପୋକ୍ସୋ କୋର୍ଟ
 

Minor Girls Rapist Gets hanging death in sundargarh
ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଦେଲେ ସୁନ୍ଦରଗଡ଼ ପୋକ୍ସୋ କୋର୍ଟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସୁନ୍ଦରଗଡ଼ ପୋକ୍ସୋ କୋର୍ଟର ଐତିହାସିକ ରାୟ । ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ ମସିହା ଅକ୍ଟୋବର ମାସର ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ୪ ବର୍ଷୀୟ ଶିଶୁ କନ୍ୟାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଜା ଶୁଣାଇଛନ୍ତି ପୋକ୍ସୋ କୋର୍ଟ ଜଜ ମହେନ୍ଦ୍ର କୁମାର ସୂତ୍ରଧାର।

ସୂଚନା ଅନୁଯାୟୀ, ଶିଶୁ କନ୍ୟାଟି ମାଆ ସହିତ ଶୋଇଥିବା ବେଳେ ଅଭିଯୁକ୍ତ ସଞ୍ଜୀବ କେରକେଟ୍ଟା ଅପହରଣ କରିଥିଲା । ଏକ ନିର୍ମାଣାଧିନ କୋଠରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା । ଅପହରଣର ତିନି ଦିନ ପରେ ଅର୍ଦ୍ଧ ଗଳିତ ମୃତଦେହ ଉଦ୍ଧାର କରିଥିଲା ଟାଉନ ଥାନା ପୁଲିସ ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ପୀଡ଼ିତା ପରିବାରକୁ ଦଶ ଲକ୍ଷ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ହୋଇଛି।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

Share this story